fbpx

(Video) WHOର ବଡ଼ ଘୋଷଣା: Monkeypoxକୁ ନେଇ ଜାରି ହେଲା ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଆଲର୍ଟ କରାଯାଇଛି । ମଙ୍କିପକ୍ସକୁ ନେଇ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଘୋଷଣା କରାଯାଇଛି । ଏନେଇ ହୁ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ମଙ୍କିପକ୍ସର ପ୍ରକୋପକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ତେଣୁ ସାର୍ବଜନିକ ସ୍ୱାସ୍ଥ୍ୟକୁ ନେଇ ଏହି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଏନେଇ ଡା. ଟେଡ୍ରୋସ କହିଛନ୍ତି, ଏକ ମାସ ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପରିସ୍ଥିତିକୁ ନେଇ ଜରୁରୀକାଳୀ କମିଟି ବୈଠକ ଡକାଯାଇଥିଲା । ମଙ୍କିପକ୍ସର ପ୍ରକୋପ ପାଇଁ ଗ୍ଲୋବାଲ ହେଲଥ ଏମର୍ଜେନ୍ସି ଭଳି ପରିସ୍ଥିତି ସୃଷ୍ଟି ନେଇ ସେ ସମୟରେ ଆକଳନ କରାଯାଇଥିଲା । ଉକ୍ତ ବୈଠକରେ ଅଲଗା ଅଲଗା ପ୍ରସ୍ତାବ ଆସିଥିଲା । ମଙ୍କିପକ୍ସକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପବିଲିକ ହେଲଥ ଏମର୍ଜେନ୍ସି ଘୋଷଣାର ଆବଶ୍ୟକତା ନଥିବା ସେ ସମୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସେ ସମୟରେ ୪୭ଟି ଦେଶରୁ ୩୦୪୦ଟି ମାମଲା ସାମ୍ନାକୁ ଆସିଥିଲା । ମାତ୍ର ବର୍ତ୍ତମାନ ଏହା ୭୫ଟି ଦେଶକୁ ବ୍ୟାପି ସାରିଥିଲା ବେଳେ ସଂକ୍ରମିତ ସଂଖ୍ୟା ୧୬ ହଜାର ପାର୍ କରି ସାରିଛି । ଦୁଇଦିନ ତଳେ ମଙ୍କିପକ୍ସର ସ୍ଥିତିକୁ ନେଇ ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.