fbpx

ଥାଇରଏଡ୍ ରୋଗୀମାନେ ନିଜ ଓଜନ ହ୍ରାସ ସମୟରେ ଏହି ଜିନିଷ ଉପରେ ଦିଅନ୍ତୁ ଧ୍ୟାନ : ନଚେତ୍ ଆପଣଙ୍କର ଶରୀର ଉପରେ ପଡିପାରେ ଖରାପ ପ୍ରଭାବ

ଓଡିଶା ଭାସ୍କର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଏ ମାନସିକ ଚିନ୍ତାରେ ରହୁଛି ତ ଆଉ କାହାର ଶାରୀରିକ ସମସ୍ୟା ରହିଛି । କିନ୍ତୁ ବର୍ତ୍ତମାନ ବହୁତ ଲୋକଙ୍କ ନିକଟରେ ଥାଇରଏଡ୍ର ସମସ୍ୟା ଦେଖାଦେଉଛି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଆପଣ ଯଦି ଥାଇରଏଡ୍ ସମସ୍ୟାର ଶିକାର ହୁଅନ୍ତି,ଏବଂ ଓଜନ ହ୍ରାସ କରିବାକୁ ଚାହାନ୍ତି ତେବେ ଆପଣ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।

ଥାଇରଏଡ୍ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ଓଜନ ଦ୍ରୁତ ଗତିରେ ବଢିଥାଏ । କାରଣ ଏହି ରୋଗରେ ବ୍ୟକ୍ତିର ଶରୀରରେ ଥିବା ଥାଇରଏଡ୍ ହରମୋନ୍ର ସ୍ତର କମିଥାଏ । ଯେଉଁ କାରଣରୁ ଶରୀର କ୍ୟାଲୋରୀ ଜଳାଇବାରେ ଅସମର୍ଥ ହୋଇଥାଏ । ତେଣୁ ରୋଗୀଙ୍କ ଶରୀରରେ ଚର୍ବି ବୃଦ୍ଧି ପାଇଥାଏ । ଏହି ଥାଇରଏଡ୍ ରୋଗୀମାନେ ଶିଘ୍ର ଓଜନ କମାଇବାକୁ ବଭିନ୍ନ ପ୍ରକାର ବ୍ୟାୟାମ୍ କରିବା ସହ ଭିନ୍ନ ଭିନ୍ନ ଡଇଟକୁ ଆପଣାଇ ଥାଆନ୍ତି । କିନ୍ତୁ ଅନେକ ସମୟରେ ଓଜନ କମାଇବା ନିଶାରେ ଥାଇରଏଡ୍ ରୋଗୀମାନେ କିଛି ଭୁଲ କରିଦିଅନ୍ତି । ଯେଉଁ କାରଣରୁ ସେମାନଙ୍କ ଶରୀରରେ ଯନ୍ତ୍ରଣା ବଢିଯାଏ । ତେବେ ଆପଣ ଯଦି ଥାଇରଏଡ୍ର ଶୀକାର ହୋଇଛନ୍ତି ଓ ଓଜନ କମାଇବାକୁ ଚାହୁଁଛନ୍ତି ତାହାଲେ ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ।

ଥାଇରଏଡ୍ ପାଇଁ ଓଜନ ହ୍ରାସ ଟିପ୍ସ:

୧- ଥାଇରଏଡ୍ ରୋଗୀମାନେ ଓଜନ ହ୍ରାସ କରିବା ସମୟରେ ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଭଳି ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ । କାରଣ ଏହି ଖାଦ୍ୟ ଦ୍ୱାରା ଶରୀରରେ ଗ୍ଲୁକୋଜର ପରିମାଣ ବୃଦ୍ଧି ପାଇବା ସହିତ ଚର୍ବି ମଧ୍ୟ ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ରୋଗୀମାନେ ରୁଟି, ମଇଦାରେ ତିଆରି ଜିନିଷ ଓ ପିଠା ଆଦି ଠାରୁ ଦୁରେଇ ରହିବା ଆବଶ୍ୟକ ।
୨- ଓଜନ କମାଇବା ସମୟରେ ହାଇ ଫାଇବର ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ବହୁ ପରିମାଣରେ ଖାଇନ୍ତୁ । କାରଣ ଫାଇବର ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କମିବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ ।
୩- ଥାଇରଏଡ୍ ରୋଗୀମାନେ ଓଜନ ହ୍ରାସ କରିବା ସମୟରେ ଗାଇଟ୍ରୋଜେନ ଥିବା ଖାଦ୍ୟକୁ ବନ୍ଦ କରିବା ଉଚିତ୍ ନୁହେଁ । ଏହା ଦ୍ୱାରା ଶରୀରରେ ଆୟୋଡିନର ମାତ୍ରା କମିଥାଏ ।
୪- ଥାଇରଏଡ୍ ରୋଗୀମାନଙ୍କ ଶରୀରରେ ଜଳର ଅଭାବ ହେବା ଉଚିତ୍ ନୁହେଁ । ଏହି ସମୟରେ ସେମାନେ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ ।
୫- ଓଜନ କମାଇବା ସମୟରେ ରୋଗୀମାନେ ଅଧିକ ଚିନ୍ତା କରିବା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ଠିକ୍ ହୋଇ ନଥାଏ ଏବଂ ସେମାନେ ଯଥେଷ୍ଟ ଶୋଇବା ଆବଶ୍ୟକ ।

Get real time updates directly on you device, subscribe now.