fbpx

ନୃଶଂସ, ଟଙ୍କା ନଦେବାରୁ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ

ପାଟନା: ପୁଅ ପାଇଁ ବାପା ସବୁକିଛି ହୋଇଥାନ୍ତି, ସବୁ ବାପା ନିଜ ସନ୍ତାନଙ୍କୁ ସଫଳତାରେ ଶୀର୍ଷରେ ଦେଖିବାକୁ ଚାହାନ୍ତି । ପୁଅ ଉପରେ ଯେତେ ରାଗିଲେ ବି ଭିତରେ ସେତିକି ସ୍ନେହ ମଧ୍ୟ କରିଥାନ୍ତି । କିନ୍ତୁୁ ବର୍ତ୍ତମାନ ଏଭଳି ବାପା-ପୁଅକୁ ନେଇ ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ବି କଷ୍ଟ ଅନୁଭବ କରିବେ ।

ଯେଉଁଠାରେ ଜଣେ ପୁଅ ନିଜ ବାପାକୁ ନୃଶଂସ ଭାବରେ ହତ୍ୟା କରିଛି, ତାହାବି ସାମାନ୍ୟ କିଛିଟା ଟଙ୍କା ପାଇଁ । ଏହି ଘଟଣା ବିହାର ପରସା ବଜାର ଥାନା ଅଞ୍ଚଳର ସୁଇଥା ଗ୍ରାମରେ ଘଟିଛି । କୁହାଯାଉଛି ଯେ ଅଭିଯୁକ୍ତ ସାଗର ନିଜ ବାପାଙ୍କୁ ଟଙ୍କା ମାଗିଥିଲେ । ଆଉ ଯେତବେଳେ ତାଙ୍କ ବାପା ଟଙ୍କା ଦେଇପାରିନଥିଲେ ସାଗର ରାଗିଯାଇଥିଲା ଏବଂ ଏହି ରାଗରେ ପ୍ରଥରେ ବାପାଙ୍କୁ ପିଟିଥିଲେ ଏବଂ ପରେ ପାଖରେ ପଡ଼ିଥିବା ଏକ ଇଟାରେ ଛେଚି ହତ୍ୟା କରିଥିଲା ।

ତେବେ ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିଛି । ଆଉ ଏଭଳି ହତ୍ୟାକାରୀ ପୁଅ କାରନାମାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.