fbpx

ସରକାରୀ ଚାକିରି କରିଦେଲା ପର, ଚାକିରି ମିଳିବା ପରେ ସ୍ୱାମୀଙ୍କୁ ଛାଡ଼ିଦେଲେ

ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଏକ ଅତୁଟ ବନ୍ଧନ । ସ୍ୱାମୀ-ସ୍ତ୍ରୀ ସବୁବେଳେ ପରସ୍ପରର ସାହାରା ହୋଇ ଚାଲିଥାନ୍ତି । ଉଭୟ ପରସ୍ପରର ସୁଖ ଦୁଃଖରେ ସାହାର ହୋଇଥାନ୍ତି । କିନ୍ତୁ ଏବେ ଏହି ସ୍ୱାମୀ-ସ୍ତ୍ରୀ ସଂପର୍କର ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଠାରେ ଜଣେ ପତ୍ନୀ ସରକାରୀ ଚାକିରି ମିଳିବା ପରେ ନିଜ ସ୍ୱାମୀଙ୍କୁ ହିଁ ଭୁଲିଯାଇଛନ୍ତି ଏମିତିକି ତାଙ୍କୁ ଚିହ୍ନିବାକୁ ହିଁ ମନା କରିଦେଇଛନ୍ତି । ଏବେ ପୀଡ଼ିତ ସ୍ୱାମୀ ନ୍ୟାୟ ପାଇଁ ଧାଉଁଛନ୍ତି ।

ପ୍ରକୃତରେ ଏହି ପୂରା ମାମଲା ପ୍ରେମ ସହ ଜଡ଼ିତ । ପରସ୍ପରକୁ ଜୀବନ ସାରା ସାଥ୍ ଦେବା କହି ବିବାହ କରିଥିଲେ ହରପ୍ରୀତି ଏବଂ ମିଥୁନ । କିନ୍ତୁ ମିଥୁନ ହୁଏତ ଜାରିନଥିଲେ ଯେ ତାଙ୍କ ପତ୍ନୀ ଦିନେ ତାଙ୍କୁ ଚିହ୍ନିବାକୁ ହିଁ ମନା କରିଦେବ । ଘଟଣା ଘଟିଛି ବିହାର ସହରସା ଜିଲ୍ଲାରେ ।

ମିଥୁନଙ୍କ ଅନୂଯାୟୀ, ହରପ୍ରୀତିଙ୍କ ଚାକିରି ବିହାର ପୋଲିସରେ ହୋଇଛି, ଯାହାପରେ ସେ ଅଲଗା ହୋଇଯାଇଛନ୍ତି ଏବଂ ସେବେଠାରୁ ସେ ତାଙ୍କୁ ଚିହ୍ନିବାକୁ ହିଁ ମନା କରୁଛନ୍ତି । ଏମିତିରେ ମିଥୁନ ଏବେ ସମସ୍ତୀପୁର ଏସପିଙ୍କ ନିକଟରେ ପହଞ୍ଚି ପୂରା ମାମଲା ବିଷୟରେ କହି ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି । ମିଥୁନ କହିଛନ୍ତି ଚାକିର ପାଇଁ ପ୍ରସ୍ତୁତି ସମୟରେ ଦୁହେଁ ଭେଟ ହୋଇଥିଲେ । ସେ ହରପ୍ରୀତିଙ୍କୁ ଚାକିରି କରାଇବାରେ ଖୁବ୍ ସହାୟତା କରିଥିଲେ ।

ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟ ଖୁସିରେ ରହୁଥିଲେ । ଏହାପରେ ବିବାହର କିଛି ମାସ ପରେ ହରପ୍ରୀତିଙ୍କର ବିହାର ପୋଲିସରେ ଚାକିରି ହୋଇଥିଲା । ମିଥୁନ କହିଥିଲେ ଯେ ଏହି ସମୟରେ ଯେତେବେଳେ ସେ ସମସ୍ତୀପୁର ପତ୍ନୀଙ୍କୁ ଦେଖାକରିବାକୁ ପହଞ୍ଚିଥିଲେ ସେତେବେଳେ ସେ ତାଙ୍କୁ ଚିହ୍ନି ନଥିଲେ ଏବଂ ନିଜ ପତ୍ନୀ ଭାବେ ସ୍ୱୀକାର କରୁନଥିଲେ । ଯାହା ଦେଖି ମିଥୁନ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ସେ ଆହୁରି କହିଛନ୍ତି ଯେ ବିବାହ ପୂର୍ବରୁ ହରିପ୍ରୀତି ତାଙ୍କର ୧୪-୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଏବେ ସେ ଚିହ୍ନିବାକୁ ମନା କରୁଛନ୍ତି । ଯାହାକୁ ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମିଥୁନ ।

 

Get real time updates directly on you device, subscribe now.