fbpx

ଲକଡାଉନରେ ଚାକିରି ହରାଇବା ପରେ ମାଂସ ବ୍ୟବସାୟ ଆରମ୍ଭ କଲେ, ଏବେ ୨ ବର୍ଷରେ ୧୦ କୋଟି ଟଙ୍କାର ବ୍ୟବସାୟ

ମହାରାଷ୍ଟ୍ର: ଆକାଶ ମସ୍କେ ଏବଂ ଆଦିତ୍ୟ କିର୍ତ୍ତନେ ପିଲାଦିନର ବନ୍ଧୁ। ବଡ ହୋଇ ଉଭୟ ଇଞ୍ଜିନିୟର ହେଲେ। କରୋନା ମହାମାରୀ ସମୟରେ ଅନେକ ଭାରତୀୟଙ୍କ ପରି ସେମାନଙ୍କ ଜୀବନରେ ମଧ୍ୟ ମାଡି ଆସିଲା ଦୁଖଦଃ ଘଟଣା। ଉଭୟ ଫିଲ୍ମ ଦେଖି ଲକଡାଉନ୍ ର ପ୍ରଥମ ମାସ ବିତାଇ ଦେଇଥିଲେ। କିନ୍ତୁ କ୍ରମାଗତ ଲକଡାଉନ୍ ବୃଦ୍ଧି ହେତୁ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା। ଏହା ପରେ ଉଭୟ ଯୁବକ ଚାକିରି ପାଇଁ ଆବେଦନ କରିବା ପରିବର୍ତ୍ତେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସଫଳ ବ୍ୟବସାୟ ଉପରେ ପୁସ୍ତକ ପଢି ସେମାନଙ୍କର ବିଚାରଧାରା ମଜବୁତ ହୋଇଥିଲା, କିନ୍ତୁ ତଥାପି ସେମାନେ ନିଶ୍ଚିତ ନଥିଲେ ଯେ ସେ ପ୍ରକୃତରେ କ’ଣ କରିବା ଆବଶ୍ୟକ।

ଏହି ସମୟରେ ଏକ ସ୍ଥାନୀୟ ବିଶ୍ୱବିଦ୍ୟାଳୟରେ ମାଂସ ଏବଂ କୁକୁଡ଼ା ପ୍ରକ୍ରିୟାକରଣ ଉପରେ ଏକ ଧନ୍ଦାମୂଳକ ତାଲିମ ପାଠ୍ୟକ୍ରମ ସହିତ ଆରମ୍ଭ ହୋଇଥିଲା। ଏହା ସହ ସେ ମାଂସ ବ୍ୟବସାୟରେ ପ୍ରବେଶ କରିବାକୁ ମନସ୍ଥ କଲେ। ଉଭୟ ପ୍ରଥମେ ନିଜ ପରିବାରରୁ ସମ୍ପୂର୍ଣ୍ଣ ସହାୟତା ପାଇ ନଥିଲେ। ଆଦିତ୍ୟ କହିଛନ୍ତି, ଆମ ପରିବାରର ସଦସ୍ୟମାନେ ପ୍ରଥମେ ଭାବିଥିଲେ ଯେ ଆମେ କରୁଥିବା କାର‌୍ୟ୍ୟର ପ୍ରକୃତି ହେତୁ କେହି ଆମକୁ କେହି ବିବାହ କରିବେ ନାହିଁ। ତଥାପି, ପରେ ସେମାନେ ଆମ ସହ ଛିଡା ହୋଇଥିଲେ।

ଦୁହେଁ ନିଜ ସାଙ୍ଗମାନଙ୍କ ପାଖରୁ ଆଖପାଖରେ ୨୫,୦୦୦ ଟଙ୍କା ସଂଗ୍ରହ କରି ୧୦୦ ବର୍ଗଫୁଟ ଜାଗାରେ ବିନିଯୋଗ କରିଥିଲେ। ‘ଏପିଏଟାଇଟି’ ନାମରେ ଆରମ୍ଭ କରିଥିବା ତାଙ୍କର ବ୍ୟବସାୟ ଧୀରେଧୀରେ ଆଗକୁ ବଢ଼ିବାରେ ଲାଗିଥିଲା ଏବଂ ବର୍ତ୍ତମାନ ସେମାନଙ୍କର ମାସକୁ ୪ ଲକ୍ଷ ଟଙ୍କା କାରବାର ହେଉଛି। ତାଙ୍କର ବ୍ୟବସାୟ ବଢ଼ିବାରେ ଲାଗିଥିବା ବେଳେ ସହର ଭିତ୍ତିକ କମ୍ପାନୀ ଫାବି କର୍ପୋରେସନ୍ ର ଏହା ଉପରେ ନଜର ପଡିଥିଲା। ଫାବି ନିକଟରେ ଏହି ଦୁଇ ସାଙ୍ଗଙ୍କ ବ୍ୟବସାୟର ୧୦ କୋଟିର ଅଧିକାଂଶ ଅଂଶଧନ କିଣିଛି। ତେବେ କମ୍ପାନୀର ସହ-ପ୍ରତିଷ୍ଠାତା କିର୍ତ୍ତନେ ଏବଂ ମସ୍କେ ଏକ ଛୋଟ ଅଂଶ ସହିତ ବ୍ରାଣ୍ଡ ସହିତ ଜାରି ରଖିବେ।

ଫାବିର ନିର୍ଦ୍ଦେଶକ ଫାହାଦ୍ ସୟଦ କହିଛନ୍ତି ଯେ ସେମାନେ ଯେଉଁ ଲାଭ କରୁଛନ୍ତି ତାହା ୪୦ ପ୍ରତିଶତ ଅଟେ। ଔରଙ୍ଗବାଦରେ ମାଂସ ବିକ୍ରୟ କରିବା ଏକ ସଂପୂର୍ଣ୍ଣ ଅସଂଗଠିତ କ୍ଷେତ୍ର। ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ପରେ ମଧ୍ୟ ବ୍ରାଣ୍ଡ ନାମର ‘ଏପିଏଟାଇଟି’ ଜାରି ରହିବ ବୋଲି ସୟଦ କହିଛନ୍ତି। ସୟଦ କହିଛନ୍ତି ଯେ ସେମାନେ ମିଶିକରି ନୂତନ ଉତ୍ପାଦ ମଧ୍ୟ ବଜାରକୁ ଆଣିବେ। ଗ୍ରାହକଙ୍କ ପାଇଁ ଅର୍ଡର ରଖିବା, ବିଭିନ୍ନ ସ୍ଥାନରେ ବ୍ରାଣ୍ଡର ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ଆଗାମୀ ତିନିବର୍ଷ ମଧ୍ୟରେ ଏକ ଶହ ଷ୍ଟୋର୍‌ର ଖୋଲିବାକୁ ଲକ୍ଷ ରଖିଛୁ ଏବଂ ଲୋକଙ୍କ ଘରେ ଅର୍ଡର ପହଞ୍ଚାଇବା ପାଇଁ ଏକ ବଡ ବୈଦ୍ୟୁତିକ ଯାନର ନିର୍ମାଣମଧ୍ୟ କରାଯିବ। ଏହା ସାହାଯ୍ୟରେ ବ୍ରାଣ୍ଡ ଔରଙ୍ଗବଦରେ ୨୫୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଚାକିରି ସୃଷ୍ଟି କରିବ ବୋଲି ସୟଦ କହିଛନ୍ତି।

Get real time updates directly on you device, subscribe now.