fbpx

ପୁଣିଥରେ ଦେଶର ସର୍ବୋଚ୍ଚ ଟ୍ୟାକ୍ସ ପ୍ରଦାନକାରୀ ଅଭିନେତା ହେଲେ ଅକ୍ଷୟ କୁମାର: ଆୟକର ବିଭାଗ ଦ୍ୱାରା ସମ୍ମାନିତ

ମୁମ୍ବାଇ: ବଲିଉଡ ସେଲିବ୍ରିଟମାନେ ଯେତେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି, ସେହିପରି ଇନକମ୍ ଟ୍ୟାକ୍ସ ମଧ୍ୟ ଜମା କରୁଛନ୍ତି । ସବୁବେଳେ ଚର୍ଚ୍ଚାରେ ରହୁଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଟ୍ୟାକ୍ସକୁ ନେଇ ଲାଇମଲାଇଟକୁ ଆସିଛନ୍ତି । ପୁଣଥରେ ଦେଶର ସର୍ବୋଚ୍ଚ ଟ୍ୟାକ୍ସ ପ୍ରଦାନକାରୀ ସେଲିବ୍ରିଟ ହୋଇଛନ୍ତି ଅକ୍ଷୟ କୁମାର ।

ନିକଟରେ ଅଭିନେତା ଅକ୍ଷୟଙ୍କୁ ଆୟକର ବିଭାଗ ସମ୍ମାନିତ କରିଛି । ଅକ୍ଷୟ କୁମାର ପୁଣି ଥରେ ଦେଶର ସର୍ବୋଚ୍ଚ ଟିକସଦାତା ଅଭିନେତା ହୋଇଛନ୍ତି । ଏହି ଅଭିନେତା ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି ।

ତେବେ ଅକ୍ଷୟ କୁମାର ସର୍ବାଧିକ ଟ୍ୟାକ୍ସ ଦିଅନ୍ତି । ଯେଉଁଥିପାଇଁ ତାଙ୍କୁ ଆୟକର ବିଭାଗ ତାଙ୍କୁ ସମ୍ମାନ ପତ୍ର ପ୍ରଦାନ କରି ସମ୍ମାନିତ କରିଛି । ଅଭିନେତାଙ୍କ ଅନୁପସ୍ଥିତି ଯୋଗୁଁ ଏହି ପୁରସ୍କାର ତାଙ୍କ ଟିମ୍ ଦ୍ୱାରା ସଂଗ୍ରହ କରାଯାଇଛି । ଲଗାତାର ପାଞ୍ଚ ବର୍ଷ ଧରି ଏହି ଅଭିନେତା ସର୍ବାଧିକ ଟ୍ୟାକ୍ସ ଦେଉଛନ୍ତି । ଯେଉଁଥିପାଇଁ ସେ ସର୍ବାଧିକ କରଦାତା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ଆସନ୍ତୁ ଜାଣିବା କିଛି ବଡ଼ ଷ୍ଟାରଙ୍କ ବିଷୟରେ, ଯେଉଁମାନେ ଅଧିକ ଟ୍ୟାକ୍ସ ଦେଉଛନ୍ତି…

ଅମିତାଭ ବଚ୍ଚନ: ଏହି ଅଭିନେତା ୨୦୧୮-୧୯ରେ ପ୍ରାୟ ୭୦ କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ଜମା କରିଥିଲେ ।

ସଲମାନ୍ ଖାନ୍: ଚଳିତବର୍ଷ ଏହି ଅଭିନେତା ୪୪ କୋଟି ଟଙ୍କାର ଟ୍ୟାକ୍ସ ଜମା କରିଥିଲେ ।

ଶାହାରୁଖ ଖାନ୍: ଏହି ଅଭିନେତା ପ୍ରତିିବର୍ଷ ପ୍ରାୟ ୨୨ କୋଟି ଟଙ୍କାର ଇନକମ ଟ୍ୟାକ୍ସ ଜମା କରୁଛନ୍ତି ।

ଅକ୍ଷୟ କୁମାର: ଗତବର୍ଷ ଏହି ଅଭିନତା ୨୯.୫ କୋଟି ଟଙ୍କାର ଇନକମ ଟ୍ୟାକ୍ସ ଜମା କରିଥିଲେ । କିନ୍ତୁ ଚଳିତ ବର୍ଷର କେତେ ଟ୍ୟାକ୍ସ ଦେଇଛନ୍ତି, ତାହା ପ୍ରକାଶ କରାଯାଇ ନାହିଁ ।

ହ୍ରିତିକ ରୋଶନ୍: ଏହି ଅଭିନେତା ପ୍ରତିବର୍ଷ ପ୍ରାୟ ୨୫.୫ କୋଟିର ଇନକମ୍ ଟ୍ୟାକ୍ସ ଜମା କରୁଛନ୍ତି ।

Get real time updates directly on you device, subscribe now.