fbpx

(Video): ଋଷିକେଶ ପାଲଟିବ ମିନି Bangkok ! ଗଙ୍ଗା ନଦୀ କୂଳରେ ଅର୍ଦ୍ଧ ନଗ୍ନ ବିଦେଶୀ ପର୍ଯ୍ୟଟକ, ଜଳ କ୍ରୀଡ଼ା କରୁଥିବାର ଦୃଶ୍ୟ ହେଉଛି ଭାଇରାଲ

ଋଷିକେଶ: ଭାତର ଏହାର ବିବିଧତା, ସଂସ୍କୃତି, ପରମ୍ପରା ଏବଂ ସଭ୍ୟତା ପାଇଁ ସାରା ବିଶ୍ୱରେ ପରିଚିତ । ତେଣୁ ଭାରତର ଅସ୍ମିତା ଅନ୍ୟ ଦେଶ ଠାରୁ ଭିନ୍ନ ଅଟେ । ଏହା ହିଁ ଅଧିକାଂଶ ମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ମୂଖ୍ୟ କାରଣ । ଭାରତରେ ଅନେକ ତୀର୍ଥ ସ୍ଥାନ, ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଉତ୍ତରାଖଣ୍ଡର ଋଷିକେଶ ଅନ୍ୟତମ । ଋଷିକେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ବାତାବରଣ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ବର୍ଷ ତମାମ ଏଠାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । କିନ୍ତୁ ନିକଟରେ ଋଷିକେଶରେ ବିଦେଶୀ ପର୍ଯ୍ୟଟକଙ୍କ କାର୍ଯ୍ୟକଳାପକୁ ନେଇ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ବାସ୍ତବରେ ଭାଇରାଲ ହେଉଥିବା ଭିଡ଼ିଓରେ ଋଷିକେଶରେ କିଛି ବିଦେଶୀ ପର୍ଯ୍ୟଟକମାନେ ସାମୁହିକ ଗଙ୍ଗା ସ୍ନାନ ପାଇଁ ଆସିଥିବା ଦର୍ଶାଯାଇଛି । ବିଦେଶୀ ପର୍ଯ୍ୟଟକମାନେ ଗଙ୍ଗାରେ ବୁଡ଼ ପକାଇବା କମ୍ ଏବଂ ଅର୍ଦ୍ଧ ନଗ୍ନ ପୋଷାକରେ ଜଳ କ୍ରୀଡ଼ା ଉପଭୋଗ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ‘Himalayan Hindu’ ନାମକ ଜଣେ ବ୍ୟବହାରକାରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ପବିତ୍ର ଗଙ୍ଗା ନଦୀକୁ ଗୋଆ ବେଳାଭୂମିରେ ପରିବର୍ତ୍ତନ କରିବା ପାଇଁ ଧନ୍ୟବାଦ ପୁଷ୍କର ସିଂ ଧାମି । ଏଭଳି ଦୃଶ୍ୟ ଋଷିକେଶରେ ଦେଖିବାକୁୁ ମିଳିଛି ଏବଂ ଖୁବ୍ ଶୀଘ୍ର ଏହା ଏକ ମିନି ବ୍ୟାଙ୍ଗକକରେ ପରିଣତ ହେବ ।’ ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବିତର୍କର ବିଷୟ ପାଲଟିଛି ।

Get real time updates directly on you device, subscribe now.