fbpx

ମସଲାରେ ରହିଛି ବ୍ୟାକ୍ଟେରିଆ ସୃଷ୍ଟି କରୁଥିବା ଟାଇଫଏଡ୍! ଆମେରିକା ରିଜେକ୍ଟ କଲା MDH ରପ୍ତାନୀର ୩୧%

ନୂଆଦିଲ୍ଲୀ: ଆମେରିକାର କଷ୍ଟମ୍ସ କର୍ତ୍ତୃପକ୍ଷ ଗତ ୬ ମାସ ମଧ୍ୟରେ ସଲମାନେଲା କାରଣରୁ ମହାଶିୟାନ୍ ଡି ହଟୀ ଅର୍ଥାତ୍ ଏମଡିଏଚ ଦ୍ୱାରା ରପ୍ତାନି ହୋଇଥିବା ସମସ୍ତ ମସଲା ସମ୍ବନ୍ଧୀୟ ପରିବହନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଗତ ବର୍ଷ ପଠାଯାଇଥିବା ସମସ୍ତ ପରିବହନ ପାଇଁ ଅକ୍ଟୋବର ୨୦୨୩ ସୁଦ୍ଧା ପ୍ରତ୍ୟାଖ୍ୟାନ ହାର ୧୫ ପ୍ରତିଶତରୁ ଦୁଇଗୁଣକୁ ବୃଦ୍ଧି ପାଇଛି ।

ଗତ କିଛି ମାସ ମଧ୍ୟରେ ସଲମାନେଲା ପ୍ରଦୂଷଣ ହେତୁ ପ୍ରତ୍ୟାଖ୍ୟାନ ହାରରେ ବୃଦ୍ଧି ଘଟିଛି କାରଣ ମସଲାରେ କର୍କିନୋଜେନିକ୍ କୀଟନାଶକ ଚିହ୍ନଟ ହେବା ପରେ ଉଭୟ ସିଙ୍ଗାପୁର ଏବଂ ହଂକଂ କିଛି ଏମଡିଏଚ ଏବଂ ଏଭରେଷ୍ଟ ପ୍ରଡକ୍ଟର ସେଲ୍ ସ୍ଥଗିତ ରଖିଛନ୍ତି ।

ଅକ୍ଟୋବର ୨୦୨୩ରୁ ଏମଡିଏଚର ସମସ୍ତ ସିପମେଣ୍ଟର ପ୍ରାୟ ଏକ ତୃତୀୟାଂଶ ଅର୍ଥାତ୍ ୧୧ ସିପମେଣ୍ଟକୁ ଆମେରିକା ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି । ଏଥିରେ “ମସଲା, ଫ୍ଲେବର ଓ ସଲ୍ଟ’ ଶ୍ରେଣୀଭୁକ୍ତ ଉତ୍ପାଦ ଅନ୍ତର୍ଭୁକ୍ତ । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ତଥ୍ୟରୁ ଜଣାଯାଇଛି ଯେ, ଅକ୍ଟୋବର ୨୦୨୨ ଓ ସେପ୍ଟେମ୍ବର ୨୦୨୩ ମଧ୍ୟରେ ପ୍ରତ୍ୟାଖ୍ୟାନ ହାର ୧୫ ପ୍ରତିଶତ ଥିଲା । ଅତିରିକ୍ତ ଭାବରେ ଅକ୍ଟୋବର ୨୦୨୦ ଠାରୁ ପ୍ରତ୍ୟାଖ୍ୟାନ ହୋଇଥିବା ସମସ୍ତ ଏମଡିଏଚ ରପ୍ତାନି ପରିବହନ ସଲମାନେଲା ପ୍ରଦୂଷଣ ସହିତ ଦୂଷିତ ହୋଇଥିଲା ।

ସୂଚନାନୁଯାୟୀ, ଏମଡିଏଚ ଏହି ବିଷୟରେ ଶନିବାର ଦିନ ବୟାନ ଜାରି କରିଛି । କମ୍ପାନୀ କହିବାନୁଯାୟୀ, ତାଙ୍କୁ ଏପର୍ଯ୍ୟନ୍ତ ହଙ୍ଗକଙ୍ଗ କିମ୍ବା ସିଙ୍ଗାପୁରର ଫୁଡ ସେଫ୍ଟି ରେଗୁଲେଟର୍ସ ସହ କୌଣସି ଯୋଗାଯୋଗ ହୋଇନାହିଁ । ଦୁଇ ଦେଶର ରେଗୁଲେଟର୍ସ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ ବା ଘରୋଇ ନିୟାମକ ଏଫଏସଏସଆଇକୁ ମଧ୍ୟ କୌଣସି ଟେଷ୍ଟ ରିପୋର୍ଟ ମଧ୍ୟ ପଠାଯାଇନାହିଁ । ନିଜ ଉତ୍ପାଦରେ ହାନିକାରକ କୀଟନାଶକ ମିଳିବା ଅଭିଯୋଗ ବିଷୟରେ କମ୍ପାନୀ କହିଛି ଯେ, ଏହା ଠିକ ନୁହେଁ । ଏପରି ଅଭିଯୋଗ ଲଗାଇବାର କୌଣସି ପ୍ରମାଣ ନାହିଁ ।

ଚଳିତ ମାସରେ ହଙ୍ଗକଙ୍ଗ ଏବଂ ସିଙ୍ଗାପୁରରେ ଦୁଇ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ଉତ୍ପାଦରେ ହାନିକାରକ କୀଟନାଶକ ମିଳିବା ଖବର ସାମ୍ନାକୁ ଆସିଛି । ହଙ୍ଗକଙ୍ଗର ସେଣ୍ଟର ଫର ଫୁଡ ସେଫ୍ଟିର କହିବାନୁଯାୟୀ, ଦୁଇ ଭାରତୀୟ ବ୍ରାଣ୍ଡକୁ ଅନେକ ପ୍ରି-ପ୍ୟାକେଜ ସ୍ପାଇସ-ମିକ୍ସ ଉତ୍ପାଦରେ ଏଥିଲୀନ ଅକ୍ସାଇଡ ନାମକ କୀଟନାଶକ ମିଳିଛି ।

Get real time updates directly on you device, subscribe now.