fbpx
BJD SKY
BJD SKY

ତୁଟୁନି ଅରବିନ୍ଦ କେଜରିୱାଲଙ୍କ ମନି ଲଣ୍ଡରିଂ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

BJD

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ସୁପ୍ରିମକୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଆବେଦନର ଶୁଣାଣି ହେବ । ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପାଙ୍କୀ ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ସୂଚନାରୁ ପ୍ରକାଶ ଗତ ସପ୍ତାହ ଆପ୍ ସୁପ୍ରିମୋ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କେଜରିୱାଲଙ୍କ ଅବେଦନକୁ ଆସନ୍ତା ମେ ୬ରେ ଶୁଣାଣି ପାଇଁ ତାଲିକାଭୂକ୍ତ ହୋଇଥିବା ନେଇ ବରିଷ୍ଟ ଓକିଲ ଅଭିଷେକ ମନୁ ସିଙ୍ଘୱି ଜଷ୍ଟିସ ଖନ୍ନାଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠକୁ କହିଥିଲେ । ଏହାର ଜବାବରେ ଜଷ୍ଟିସ ଖନ୍ନା ତୁରନ୍ତ ବରିଷ୍ଠ ଓକିଲଙ୍କୁ ତୁରନ୍ତ ମାମଲାକୁ ତାଲିକଭୂକ୍ତ କରିବା ନେଇ ଇ-ମେଲ ପଠାଇବାକୁ କହିଥିଲେ । ଏହା ପରେ ମାମଲାର ଶୁଣାଣି ଏପ୍ରିଲ ୨୯କୁ ସ୍ଥିର କରାଯାଇଥିଲା । ଅପରପକ୍ଷରେ ଅରବିନ୍ଦ କେଜରିୱାଲ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ନୂତନ ଆଫିଡେଭିଟରେ ତାଙ୍କ ଗିରଫଦାରୀକୁ ରାଜନୌତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ନିନ୍ଦା କରିଛନ୍ତି ଏବଂ ନିର୍ବାଚନ ସମୟରେ ଶାସକ ଦଳକୁ ଅନୁଚିତ ଭାବରେ ଫାଇଦା ପ୍ରଦାନ କରିବା ପାଇଁ ଏପରି କରାଯାଇଛି ବୋଲି କହିଛନ୍ତି । ରବିବାର ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଥିଲେ, ‘ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ପ୍ରଚାର ପ୍ରଣାଳୀର ସୁରକ୍ଷା ପାଇଁ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକସଭା ନିର୍ବାଚନ ପାଇଁ ଅନୁମତି ପ୍ରଦାନ କରିବ ବୋଲି ଦଳର ବିଶ୍ୱାସ ଅଛି ।’

Get real time updates directly on you device, subscribe now.