fbpx
BJD SKY
BJD SKY

ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଓଡ଼ିଶାରେ କେବେଠୁ ନାମାଙ୍କନ ?

BJD

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ୩ୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେଥିରେ ରହିଛି ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର । ମେ’ ୨୫ ତାରିଖରେ ପଡିବ ଭୋଟ୍ । ଆଜିଠାରୁ ମେ’ ୬ ଯାଏଁ ନାମାଙ୍କନ ଦାଖଲ କରାଯିବ । ମେ’ ୭ରେ ନାମାଙ୍କନ ଯାଞ୍ଚ ଓ ୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ । କୁଚିଣ୍ଡା ଓ ରେଢ଼ାଖୋଲରେ ସକାଳ ୭ଟାରୁ ୪ଟା ଯାଏଁ ମତଦାନ ହେବ । ଅନ୍ୟପଟେ ଦେବଗଡ଼ରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଅନ୍ୟ ସମସ୍ତ ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ ।

ଏହି ପର୍ଯ୍ୟାୟରେ ମୋଟ୍‌ ୪୮ ଲକ୍ଷ ୨୬ ହଜାର ୩୭୫ ଜଣ ପୁରୁଷ ଏବଂ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ଭୋଟର ଭୋଟ ଦେବେ। ସେହିପରି ଏହି ପର୍ଯ୍ୟାୟ ଲାଗି ଆସନ୍ତା ମେ ୨୫ ତାରିଖରେ ଭୋଟ ହେବାକୁ ଥିବାବେଳେ ଜୁନ ୪ ତାରିଖରେ ଭୋଟ୍‌ ଗଣତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ତୃତୀୟ ପର୍ଯ୍ୟାୟ ଭୋଟ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଯାଏ ୩ ଦଳ କିଛି ଆସନରେ ପ୍ରାର୍ଥୀ ଦେଇନାହାନ୍ତି।

Get real time updates directly on you device, subscribe now.