fbpx

ପାର୍ଥ ଚାଟାର୍ଜୀ ସୁସ୍ଥ ଥିବା ନେଇ କହିଲା ଏମ୍ସ, ଚିକିତ୍ସା ପାଇଁ କୋଲକାତାରୁ ଆଣିଥିଲା ଇଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ଏସଏସସି ଘୋଟାଲା ମାମଲାରେ ଗିରଫ ହୋଇଥିବା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି ।

ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ସରିଛି । ଏମ୍ସରେ ଚିକିତ୍ସା ପରେ ପାର୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ କୁହାଯାଇଛି । ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ ସେ ଭଲ ଅଛନ୍ତି ଏବଂ ଆଜି ତାଙ୍କୁ ଡିସଚାର୍ଜ କରାଯିବ କୁହାଯାଇଛି । ଏମ୍ସ ତରଫରୁ କୁହାଯାଇଛି ଯେ ତାଙ୍କର ଯାହା ପୁରୁଣା ରୋଗ ଥିଲା ଅବସ୍ଥା ସ୍ଥିର ଅଛି । ରିପୋର୍ଟ କୋଲକାତା ହାଇକୋର୍ଟରେ ଦାଖଲ ହେବ କହିଲେ ଏମ୍ସ ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ଏସଏସସି ଘୋଟାଲା ଗିରଫ ପରେ ପାର୍ଥ ଚାଟାର୍ଜୀଙ୍କୁ ଦୁଇ ଦିନର ଇଡି ହେପାଜତକୁ ପଠାଯାଇଥିଲା କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ତାଙ୍କୁ ଶନିବାର ସନ୍ଧ୍ୟାରେ ରାଜ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି । ଇଡି କହିଥିଲା ଯେ ପାର୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ସମୟକୁ ହେପାଜତ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । ଯଦି ସେ ଚିକିତ୍ସା ଆବଶ୍ୟକ କରନ୍ତି, ତେବେ ଆମେ ତାଙ୍କୁ ଦିଲ୍ଲୀ କିମ୍ବା କଲ୍ୟାଣୀର AIIMS କୁ ନେଇପାରିବା ।

ଏହାପରେ କୋଲକାତା ହାଇକୋର୍ଟ ଇଡିକୁ ଆଦେଶ ଦେଇଥିଲେ  ଯେ ପାର୍ଥଙ୍କୁ ଭୁବନେଶ୍ୱର ଏମ୍ସ ସିଫ୍ଟ କରିବାକୁ କହିଥିଲେ । ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ ଏମ୍ସକୁ କୋର୍ଟ କହିଥିଲେ । ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ତାଙ୍କର ସଂପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଟଙ୍କା ନଗଦ ଏବଂ ୧ କୋଟିର ସୁନା ଅଳଙ୍କାର ମିଳିଥିଲା ।

partha-chatterjee

Get real time updates directly on you device, subscribe now.