fbpx

UP BJP ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପି ପ୍ରଦେଶ ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଚଳିତ ସପ୍ତାହରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ । ୟୁପି ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ତିନି ବର୍ଷ ଧରି ଏହି ପଦରେ ରହିଥିଲେ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଜଣେ ନୂଆ ଚେହେରାକୁ ଭାଜପା ଚୟନ କରିପାରେ ।

ଶ୍ରୀ ସିଂହ ତାଙ୍କର ଇସ୍ତଫା ପତ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ ୧୬ ତାରିଖରେ ତାଙ୍କର କାର୍ଯ୍ୟକାଳ ପ୍ରଦେଶ ଅଧ୍ୟକ୍ଷ ଭାବେ ସମାପ୍ତ ହୋଇଯାଇଥିଲା । ଏହାପରେ ଏହି ଦାୟିତ୍ୱ କିଏ ସମ୍ଭାଳିବ ତାହାକୁ ନେଇ ଭାଜପା ଶିବିରରେ ଚର୍ଚ୍ଚା ଜାରି ରହିଛି । ତେବେ ଆସନ୍ତା ଦୁଇ ତିନି ମଧ୍ୟରେ ଜଣେ ନୂଆ ମୁଖ୍ୟଙ୍କ ନାମ ଘୋଷଣା ହୋଇପାରେ ।

ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଶ୍ରୀ ସିଂହ ଜଳଶକ୍ତି ମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଛନ୍ତି । ନିକଟରେ ଶ୍ରୀ ସିଂହ ବିଧାନ ପରିଷଦର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ଡେପୁଟି ସିଏମ ଦିନେଶ ଶର୍ମାଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ । ଗତ ୨୦୧୯ ମସିହା ଜୁଲାଇ ୧୯ରେ ଶ୍ରୀ ସିଂହ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ବିଜେପିର ତୃତୀୟ ପ୍ରଦେଶ ଅଧ୍ୟକ୍ଷ ଭାବେ ସେ ନିଜର କାର୍ଯ୍ୟକାଳ ସମାପ୍ତ କରିଛନ୍ତି ।

Get real time updates directly on you device, subscribe now.