fbpx

ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି, ଏହି ପାଖଣ୍ଡିମାନଙ୍କ ସାମ୍ନାରେ କଦାପି ନୁହେଁ: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ‘ରାଷ୍ଟ୍ରପତ୍ନୀ’ ପରି ଆପତ୍ତିଜନକ ଟିପ୍ପଣୀ କରିବା ପରେ ବିବାଦ ଘେରରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହାକୁ ନେଇ ମୁହାଁମୁହିଁ ବିଜେପି ଏବଂ କଂଗ୍ରେସ। ଏହା ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବେ। ଏହି ପାଖଣ୍ଡିମାନଙ୍କ ଆଗରେ କ୍ଷମା ମାଗିବି ନାହିଁ। ହିନ୍ଦୀ କମ ଜାଣିଥିବା କାରଣରୁ ସେ ଏମିତି ଭୁଲ୍ ଟିପ୍ପଣୀ କରିଥିବା ନିଜ ସଫେଇରେ କହିଛନ୍ତି କଂଗ୍ରେସ ସାଂସଦ।

ଗୁରୁବାର ମୌସୁମୀ ଅଧିବେଶନର ଗୃହକାର‌୍ୟ୍ୟ ସମୟରେ ସେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ଟିପ୍ପଣୀ କରିବା ପରେ ସଂସଦରେ ଝଡ ସୃଷ୍ଟି ହୋଇଛି। ତାଙ୍କ ବୟାନ ପରେ ସଂସଦର ଉଭୟ ଗୃହରେ ଖୁବ୍ ହଟ୍ଟଗୋଳ ହୋଇଛି। ଶାସକ ଦଳର ସାଂସଦ ଅଧୀର ରଞ୍ଜନ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କଂଗ୍ରେସରର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟରେ ଲୋକସଭାରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକାର‌୍ୟ୍ୟ ସ୍ଥଗିତ ରଖିବାକୁ ପଡିଥିଲା।

ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ସେ ସ୍ଵପ୍ନରେ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରତି ଭୁଲ୍ ଶବ୍ଦ ପ୍ରୟୋଗ କରି ପାରିବେ ନାହିଁ। ସେ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବେ। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି, ପାଖଣ୍ଡିମାନଙ୍କୁ ଭୁଲ୍ ମାଗିବେ ନାହିଁ। ହିନ୍ଦୀରେ କମ ଜ୍ଞାନ କାରଣରୁ ସେ ଭୁଲ୍ ଶବ୍ଦ କହିଥିବା କହିଛନ୍ତି।

Get real time updates directly on you device, subscribe now.