fbpx

ଏବେ ୧୭ ବର୍ଷରେ କରିହେବ ଭୋଟର କାର୍ଡ ଆବେଦନ, ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶର ଯୁବ ଭୋଟରଙ୍କ ପାଇଁ ବଡ଼ ଖବର । ଏବେ ଭୋଟର କାର୍ଡ ତିଆରି କରିବା ପାଇଁ ୧୮ ବର୍ଷ ହେବା ଜରୁରୀ ନୁହେଁ, ବରଂ ୧୭ ବର୍ଷରେ ବି ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ଏହି ବଡ଼ ଘୋଷଣା କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୂଯାୟୀ, ଯେଉଁମାନଙ୍କ ବୟସ ୨୦୨୩ ରେ ୧୮ ବର୍ଷ ପୂରା ହେବାକୁ ଯାଉଛି, ସେ ମଧ୍ୟ ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ଏବେ ଏହା ଜରୁରୀ ନୁହେଁ ଯେ ୧୮ ବର୍ଷ ପୂରା ହେବା ପରେ ହିଁ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗ ଅନୂପ ଚନ୍ଦ୍ର ପାଣ୍ଡେ ସବୁ ରାଜ୍ୟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ନୂଆ ନିୟମ ଏବଂ ନିର୍ଦ୍ଦେଶ ଜାରି କରିଛନ୍ତି ।

ନିର୍ବାଚନ ଆୟୋଗ ଗୁରୁବାର ଦେଇଥିବା ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ ନାଗରିକ ଏବେ ଆଗୁଆ ନିଜ ଭୋଟର କାର୍ଡ ଆବେଦନ କରିପାରିବେ । ଏହା ସହ ଏବେ ଭୋଟର କାର୍ଡରେ ବର୍ଷରେ ତିନି ଥର ଆବେଦନ କରିହେବ । ୧ ଏପ୍ରିଲ, ୧ ଜୁଲାଇ ଏବଂ ୧ ଅକ୍ଟୋବର ଭୋଟର ଆଇଡି ପାଇଁ ଆବେଦନ କରିହେବ ।

Get real time updates directly on you device, subscribe now.