fbpx

ପୁଣିଥରେ ମିଡିଆ ସାମନାରେ ଅଭିନେତା ବାବୁସାନ: କହି ଦେଲେ ଏମିତି କଥା!

ଭୁବନେଶ୍ୱର: ପୁଣିଥରେ ଗଣମାଧ୍ୟମ ସାମନାକୁ ଆସିଛନ୍ତି ଅଭିନେତା ବାବୁସାନ । ନିଜର ପ୍ରଶଂସକ ଏବଂ ସାମ୍ବାଦିକମାନଙ୍କୁ ସାକ୍ଷାତ କରିଛନ୍ତି ଓଲିଉଡର ରୋମିଓ- ଦ ଲଭର ବୟ । ମିଡିଆ ସାମନାକୁ ଆସି ଘରକୁ ଫେରିଯିବାକୁ ବାବୁ ଅନୁରୋଧ କରିଛନ୍ତି । ତେବେ ବିବାଦ ନେଇ ଏକ ବଡ ସୂଚନା ଦେଇଛନ୍ତି ଷ୍ଟାର ଅଭିନେତା । ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି ।

ଖୁବ ଶୀଘ୍ର ମିଡିଆ ସାମନାକୁ ଆସି ସବୁ ସତକଥା କହିବେ ବୋଲି ବାବୁ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ମଧ୍ୟ ଯେତେବେଳେ ଡାକିବ ଯିବା ପାଇଁ ବାବୁସାନ ପ୍ରସ୍ତୁତ ଥିବା ମିଡିଆକୁ କହିଛନ୍ତି । ତେବେ ପୋଲିସର ପଚରାଉଛରା ପରେ ଗଣମାଧ୍ୟମକୁ ସମସ୍ତ ଘଟଣା କହିବେ ବାବୁ । ଏବେ ପରିବାର ସହ ଶାନ୍ତିରେ ରହିଛି, କେବେ ଚାପରେ ନଥାଏ ବୋଲି ବାବୁସାନ ମିଡିଆ ସାମନାରେ ପ୍ରକାଶ କରିଛନ୍ତି ।

ତେବେ ଏହାରି ଭିତରେ ସେ ଆଉ ଏକ କଥା କହିଛନ୍ତି ଯାହାକୁ ନେଇ ପ୍ରକୃତି ବିବାଦ ଆଉ ଏକ ଦିଗକୁ ମୁହାଁଉଛି । ବାବୁ କହିଛନ୍ତି ଯେ, ଖୁବଶୀଘ୍ର ମୋ ପୁଅ ମୋ ପାଖକୁ ଫେରି ଆସିବ । ଏହାର ଅର୍ଥ ସେ ପତ୍ନୀ ତୃପ୍ତିଙ୍କ ସହ କିଛି ବୁଝାମଣା କରିବାକୁ ଏକ ପ୍ରକାର ରାଜି ହୋଇ ଯାଇଛନ୍ତି । ପତ୍ନୀଙ୍କ ଆଗରେ ନିଜ ଭୁଲ ସ୍ୱୀକାର କରି ନାହାନ୍ତି ତ ବାବୁସାନ? ବାବୁଙ୍କର ଏହି ପଦିଏ କଥା ଆଉ ଏକ ଆଡକୁ ମଧ୍ୟ ଆଙ୍ଗୁଠି ନିର୍ଦ୍ଦେଶ କରୁଛି । ଭିତରେ ବାବୁସାନ ଏବଂ ତୃପ୍ତିଙ୍କ ପରିବାର ମଧ୍ୟରେ କିଛି ସନ୍ଧି ଚାଲିନି ତ?

Get real time updates directly on you device, subscribe now.