fbpx

ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହିଲେ ଅଧୀର: କଟକରେ ରୁଜୁ ହେଲା ମାମଲା

କଟକ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟଙ୍କ ନେଇ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ହଙ୍ଗାମା ଲାଗି ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ ଅଧୀରଙ୍କ ନାଁରେ କଟକରେ ମାମଲା ରୁଜୁ ହୋଇଛି। ଅଧୀରଙ୍କ ନାଁରେ ବାଦମବାଡ଼ି ଥାନାରେ ହାଇକୋର୍ଟ ଆଇନଜୀବି ମାମଲା ରୁଜୁ କରିଛନ୍ତି। ଅଭିଯୋଗରେ ଅପରାଧିକ ମାମଲା ରୁଜୁ ବିଷୟରେ ଉଲ୍ଲେଖ ରହିଛି।

ଆଜି ସଂସଦର ଉଭୟ ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଶାସକ ଏବଂ ବିରୋଧୀ ସଦସ୍ୟ ପ୍ରବଳ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଦୁଇ ସଦନକୁ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବାରୁ ପୁଣି ପ୍ରବଳ ହଟ୍ଟଗୋଳ ହେବାରୁ ଲୋକସଭା ଏବଂ ରାଜ୍ୟ ସଭାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ତେବେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ କହିଛନ୍ତି ଯେ, ଗତକାଲି ଏହି ବିଷୟରେ ତାଙ୍କୁ କହିବାର ସୁଯୋଗ ମିଳି ନଥିଲା। ସୋନିଆ ଗାନ୍ଧୀଙ୍କୁ ଗତକାଲି ଯେଉଁପରି ଭାବରେ ବ୍ୟବହାର କରାଗଲା ସେଥିପାଇଁ ସରକାର କ୍ଷମା ମାଗିବା ଦରକାର। ଯାହା ବି ବିବାଦ ଚାଲିଛି ତାହାର କେନ୍ଦ୍ରରେ ମୁଁ ରହିଛି। ଏହା ପରେ ମଧ୍ୟ ବିଜେପି ସୋନିଆ ଗାନ୍ଧୀଙ୍କ ଉପରେ ଆକ୍ରୋଶମୂଳକ ଭାବରେ ଆକ୍ରମଣ କରୁଛି।

Get real time updates directly on you device, subscribe now.