fbpx

(Video) ଖାରବେଳ ଥାନାରେ ବାବୁସାନ୍: ପତ୍ନୀଙ୍କ ଅଭିଯୋଗ ଆଧାରରେ ଚାଲିଛି ପଚରାଉଚରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିଉଡ ଅଭିନେତା ବାବୁସାନ ମହାନ୍ତି ଏବେ ବିବାଦରେ ଫସିଛନ୍ତି । ବାବୁସାନ୍, ପତ୍ନୀ ତୃପ୍ତି ଓ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଚାଲିଥିବା କଳି ମଧ୍ୟରେ ଆଜି ଘରୁ ବାହାରିଛନ୍ତି ଅଭିନେତା । ମିଳିଥିବା ସୂଚନା ଅନୁସାରେ, ଆଜି ଜଗନ୍ନାଥ ବିହାର ଘରୁ ବାହାରି ମାଆ ଅପରାଜିତାଙ୍କ ସହ ଖାରବେଳ ଥାନାରେ ପହଞ୍ଚିଛନ୍ତି ବାବୁସାନ୍ ।ପତ୍ନୀ ତୃପ୍ତିଙ୍କ ଘରକୁ ନଯାଇ ଥାନାରେ ପହଞ୍ଚିଛନ୍ତି ବାବୁ ।

ନୋଟିସ୍ ମୁତାବକ, ବାବୁସାନଙ୍କୁ ପୋଲିସ ପଚରାଉଚରା କରିବାର ସମ୍ଭାବନା ରହିଛି । ପତ୍ନୀଙ୍କ ଅଭିଯୋଗ ଆଧାରରେ ଜେରା ପାଇଁ ସେ ଥାନାରେ ପହଞ୍ଚିଛନ୍ତି । ଇଣ୍ଟରୋଗେସନ ପରେ ପ୍ରତିକ୍ରିୟା ଦେବି ବୋଲି ବାବୁସାନ କହିଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୋଲିସ ଷ୍ଟେସନରେ ମଧ୍ୟ ବିପୁଳ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଜି ବାବୁସାନଙ୍କ ଜନ୍ମଦିନ । ଫଳରେ ବାବୁସାନ ନିଜ ଘରର ବାଲକୋନିକୁ ଆସି ପ୍ରଶଂସକଙ୍କ ସହ କଥା ହୋଇଥିଲେ । ଶୁଭେଚ୍ଛା ପାଇଁ ପ୍ରଶଂସକଙ୍କୁ ଧନ୍ୟବାନ ଜଣାଇଥିଲେ ବାବୁସାନ ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ଏହା ସହ ଓଲିଉଡରେ ନିଶା ଦ୍ରବ୍ୟ ବ୍ୟବହାର ନେଇ ଥାନାରେ ଏତଲା ଦେଇଛି କଳିଙ୍ଗ ସେନା ।

Get real time updates directly on you device, subscribe now.