fbpx

ପୋଲିସ କର୍ମଚାରୀ ସାବଧାନ: ଖାକି ନ ପିନ୍ଧିଲେ, ନାମ ଫଳକ ନ ପିନ୍ଧିଲେ, ଡ୍ୟୁଟିରେ ବେଲ୍ଟ ଖୋଲିଲେ, ସାର୍ଟ ବୋତାମ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ, DCPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଥାନାମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମନମୁଖୀ ଶାସନ ଆଉ ଚଳିବ ନାହିଁ । ଏଣିକି ଥାନାରେ ଡ୍ୟୁଟି କରିବା ସମୟରେ ପୋଷାକ ଉପରେ ସଞ୍ଜମତା ରକ୍ଷା କରିବେ ପୋଲିସ କର୍ମଚାରୀ । ପୂର୍ବରୁ କିଏ ସାଦା ପୋଷାକ ପିନ୍ଧୁଥିଲା ତ ଆଉ କିଏ ମଇଳା ପୋଷାକ ପିନ୍ଧୁଥିଲା । କେହି କେହି ଭିନ୍ନ ଧରଣର ଜୋତା ପିନ୍ଧି ଡ୍ୟୁଟି କରୁଥିଲେ ।

ଆଉ କିଛି କର୍ମଚାରୀଙ୍କ ପେଟ ଚାପି ହୋଇଯାଉଛି ବୋଲି ବେଲ୍ଡ ଖୋଲି ଦେଉଥିଲେ । ଆଉ କିଛି ସାର୍ଟର ଅଧା ବୋତାମ ଖୋଲି ବସୁଥିଲେ । ତେବେ ଏନେଇ ଭୁବନେଶ୍ୱର ଡିସିପି ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଥାନାରେ ଡ୍ୟୁଟି କରୁଥିବା ସମସ୍ତ କମର୍ଚାରୀ ଖାକି ପିନ୍ଧିବେ । ଏହି ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଥାନାରେ ଡ୍ୟୁଟି କରୁଥିବା କୌଣସି କର୍ମଚାରୀ ଯଦି ପୋଷାକ ପରିଧାନରେ ଖିଲାପ କରିବେ, ତେବେ ସେଥିପାଇଁ ଥାନା ଅଧିକାରୀ ଦାୟୀ ରହିବେ । ପୋଲିସ କର୍ମଚାରୀ ନାମ ଫଳକ ପିନ୍ଧିବା ବାଧ୍ୟତାମୂଳକ ଓ ସିଏସଆଇ କୋର୍ଟରେ ମଧ୍ୟ ଖାକି ପୋଷାକ ପିନ୍ଧିବେ । ଡ୍ୟୁଟି ସମୟରେ ଅନେକ କର୍ମଚାରୀ ନିଜ ବ୍ୟକ୍ତିଗତ କାମ ଯେପରିକି ପରିବା ଆଣିବା, ଫିଲ୍ମ ଦେଖିବା ଆଦି କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ନିକଟରେ ଡିସିପି ରାତିରେ ଏକାଧିକ ଥାନା ବୁଲିବା ପରେ ସମସ୍ତ ଗୁମର ପଦାକୁ ଆସିଥିଲା ।

Get real time updates directly on you device, subscribe now.