fbpx

ସଞ୍ଜୟ ରାଉତଙ୍କୁ ଅଟକ ରଖିଲା ଇଡି, ୮ ଘଣ୍ଟା ଧରି କରୁଥିଲା ପଚରାଉଚରା

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସଞ୍ଜୟ ରାଉତଙ୍କୁ ଅଟକ ରଖିଛି । ୮ ଘଣ୍ଟା ଧରି ଇଡି ସଞ୍ଜୟ ରାଉତଙ୍କୁ ତାଙ୍କ ଘରେ ହିଁ ପଚରାଉଚରା କରୁଥିଲା । ଇଡି ଏହି ଚଢ଼ଉ ପାତ୍ରା ଚଲ୍ ଘୋଟାଲା ସହ ଜଡ଼ିତ ମନି ଲଣ୍ଡ୍ରି ମାମଲାରେ କରିଥିଲା । ରବିବାର ଇଡିର ଏକ ଟିମ୍ ସକାଳ ୭ ଟାରେ ରାଉତଙ୍କ ଭାଣ୍ଡପୁ ସ୍ଥିତ ଘରେ ପହଞ୍ଚିଥିଲା ।

ଇଡିର ଟିମ୍ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିବା ପରେ ସଞ୍ଜୟଙ୍କ ଓକିଲ ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲେ । ବାହାରେ ରାଉତଙ୍କ ଅନେକ ସମର୍ଥକ ମଧ୍ୟ ଜମା ହୋଇଥିଲେ । ଇଡି ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ଯାଞ୍ଚରେ ସହଯୋଗ କରୁନଥିବା ଅଭିଯୋଗ ଆଣିଥିଲା ।

ସୂଚନା ଅନୂଯାୟୀ, ଯେତେବେଳେ ତାଙ୍କୁ ଇଡି ନିଜ ସହ ଅଫିସ ଯିବାକୁ କହିଥଲା ସେ କହିଥିଲେ ଯେ ଜଣେ ଦାୟିତ୍ୱବାନ୍ ସାଂସଦ ହିସାବରେ ସେ ସଂସଦ ଅଧିକବେଶନରେ ଭାଗ ନେବାକୁ ଅଛି ଏବଂ ଏଥିପାଇଁ ୨୦ ଏବଂ ୨୭ ତାରିଖରେ ଇଡିରେ ହାଜର ହୋଇପାରିବେ ନାହିଁ ଏହା ସହ ସେ ୭ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ । ଯଦି ସେହି ଦିନ ପଚରାଉଚରା କରାଯାଏ ତେବେ ସେ ଇଡି ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହେବ ।

Get real time updates directly on you device, subscribe now.