ଫୁସଫୁସ କ୍ୟାନସର ପ୍ରାରମ୍ଭିକ ଲକ୍ଷଣକୁ କରନ୍ତୁନି ଅଣଦେଖା: ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଆପଣଙ୍କୁ ହେବାର କେତେ ଆଶଙ୍କା ରହିଛି ?
ନୂଆଦିଲ୍ଲୀ: ମଣିଷ ଶରୀରରେ ଅନେକ ଥର କିଛି କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢ଼ିବାକୁ ଲାଗିଥାଏ । ଏହିପରି ବଢ଼ୁଥିବା କୋଷିକାଗୁ ଟ୍ୟୁମର କୁହାଯାଏ, କିନ୍ତୁ ଏହା ସଂକ୍ରମିତ ହୋଇ କ୍ୟାନ୍ସରର ରୂପ ନେଇଥାଏ । ଯେତେବେଳେ ଏହି କ୍ୟାନ୍ସର ଫୁସଫୁସରେ ହୁଏ ବା ଶରୀରର ଅନ୍ୟ ଅଙ୍ଗରୁ ସଂକ୍ରମଣ ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚେ, ସେବେ ଏହାକୁ ଲଙ୍ଗ ବା ଫୁସଫୁସ କ୍ୟାନ୍ସର କୁହାଯାଏ ।
ପ୍ରତି ବର୍ଷ ଫୁସଫୁସ କ୍ୟାନସରରେ ଅଗଣିତ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାକୁ ସବୁଠୁ ଏକ ମାରାତ୍ମକ ରୋଗ ଭାବେ ମନାଯାଏ । ଏବେ ଏହି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ଏହାର ଲକ୍ଷଣ ଓ ମାରାତ୍ମକତା ବିଷୟରେ ଜାଣିବା ନିହାତି ଜରୁରୀ । ଫଳରେ ସମୟ ଥାଇ ଏହାର ପ୍ରତିକାର କରିହେବ । ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ।
ଭାରତରେ ଫୁସଫୁସ କ୍ୟାନ୍ସର:-
ଫୁସଫୁସ କ୍ୟାନ୍ସର ଏବେ ବିଶ୍ୱ ପରି ଭାରତରେ ସାଧାରଣ ହୋଇଗଲାଣି । ଫୁସଫୁସ କ୍ୟାନ୍ସରରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗ୍ଲୋବୋକାନ୍ ୨୦୧୨ ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ସମସ୍ତ ବୟସ ବର୍ଗ ଏବଂ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ପ୍ରାୟ ୭୦ ହଜାର ୩୦୦ ଫୁସଫୁସ କ୍ୟାନ୍ସର ରୋଗ ହୋଇଥିଲା । ସ୍ତନ କ୍ୟାନ୍ସର, ଗର୍ଭାଶୟ କ୍ୟାନ୍ସର ଏବଂ ପାଟି କ୍ୟାନ୍ସର ପରେ ଚତୁର୍ଥ ସର୍ବାଧିକ ସଂଖ୍ୟାରେ ଫୁସଫୁସ କ୍ୟାନ୍ସର ହୋଇଥିଲା । ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ଫୁସଫୁସ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତ ଯେଉଁମାନେ ଧୂମପାନ କରିନଥିଲେ, ବର୍ତ୍ତମାନ ୨୦ ପ୍ରତିଶତରୁ ଅଧିକ ରୋଗୀ ଧୂମପାନ କରୁନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ବଢ଼ୁଥିବା ପ୍ରଦୂଷଣ ।
ଫୁସଫୁସ କ୍ୟାନ୍ସର ଏକ ସାଇଲେଣ୍ଟ କିଲର ଏବଂ ଏହା ଧୀରେ ଧୀରେ ଜୀବନ ନିଏ । ଯଦିଓ ଏହାର ମୁଖ୍ୟ କାରଣ ହେଉଛି ଧୂମପାନ, କିନ୍ତୁ ଏବେ ଧୂମପାନ କରୁନଥିବା ବ୍ୟକ୍ତି ମଧ୍ୟ ଫୁସଫୁସ କ୍ୟାନ୍ସରର ଶିକାର ହେଉଛନ୍ତି । ଯଦି ଏହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୋଇଯାଏ ଓ ସଠିକ୍ ଭାବରେ ଚିକିତ୍ସା କରାଯାଏ, ତେବେ ବ୍ୟକ୍ତିର ବଞ୍ଚିବାର ସମ୍ଭାବନା ବଢ଼ିଥାଏ । ଚିନ୍ତାର ବିଷୟ ହେଉଛି କି, କେବଳ ୧୫-୨୦ ପ୍ରତିଶତ ମାମଲାରେ ଏହି ରୋଗ ଆରମ୍ଭରେ ଚିହ୍ନଟ ହୋଇଥାଏ ।
ଫୁସଫୁସ କ୍ୟାନ୍ସର ରୋଗର ଲକ୍ଷଣ :-
ଫୁସଫୁସ କ୍ୟାନ୍ସର ରୋଗର ପ୍ରାରମ୍ଭିକ ଅବସ୍ଥାରେ ସାଧାରଣତଃ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ରୋଗ ସାଂଘାତିକ ହେଲେ ଲକ୍ଷଣ ଦେଖାଯାଏ । ତଥାପି କିଛି ଲକ୍ଷଣ ଅଛି, ଯାହାକୁ ଆପଣ ସବୁବେଳେ ମନେ ରଖିବା ଉଚିତ ଏବଂ ଯଦି ଏହି ଲକ୍ଷଣଗୁଡିକ ଦେଖାଯାଏ ତେବେ ତୁରନ୍ତ ଯାଞ୍ଚ କରିବା ଉଚିତ୍…
-ଚିକିତ୍ସା ସତ୍ତ୍ୱେ କାଶ ଭଲ ନହେବା ।
-କାଶରେ ରକ୍ତ ପଡ଼ିବା
-ନିଶ୍ୱାସ ନେବାରେ କଷ୍ଟ
-ଛାତି ଯନ୍ତ୍ରଣା
-ଗଳା ଖରାପ
-ହଠାତ୍ ଓଜନ କମିବା
-ହାଡ଼ ଯନ୍ତ୍ରଣା
-ମୁଣ୍ଡବିନ୍ଧା
ଫୁସଫୁସ କ୍ୟାନ୍ସର ରୋଗର କାରଣ :-
ଫୁସଫୁସ କ୍ୟାନ୍ସର ରୋଗର ମୁଖ୍ୟ କାରଣ ହେଉଛି ଧୂମପାନ । ଫୁସଫୁସ କ୍ୟାନ୍ସର ରୋଗର ୯୦ ପ୍ରତିଶତ ମାମଲା ଧୂମପାନ ଯୋଗୁଁ ହେଉଛି । ଆଜବେଷ୍ଟସ ଏବଂ ଆର୍ସେନିକ ଭଳି କେତେକ କ୍ଷତିକାରକ ପଦାର୍ଥ ମଧ୍ୟ ଫୁସଫୁସ କ୍ୟାନ୍ସର ରୋଗର କାରଣ ହୋଇପାରେ । ଧୂଆଁ ଫୁସଫୁସର ଟିସୁକୁ କ୍ଷତି ପହଞ୍ଚାଏ । ଯଦିଓ ଆମର ଫୁସଫୁସ ଏହି କ୍ଷତି ପାଇଁ ପରିଣାମ ଦେଇଥାଏ, କିନ୍ତୁ ଲଗାତାର ଧୂମପାନ ହେତୁ ଏହି କ୍ଷତିକୁ ସମ୍ଭାଳିବା ଫୁସଫୁସ ପାଇଁ ଅସମ୍ଭବ ହୋଇଯାଏ । ବେଳେ ବେଳେ ଫୁସଫୁସର ସେଲ ବଢ଼ିଯାଏ, ଯାହାକି କ୍ୟାନସର କାରଣ ହୋଇଥାଏ । ଯଦି ଆପଣ ଆଜି ଧୂମପାନ ଛାଡିଦିଅନ୍ତି, ତେବେ ଧୀରେ ଧୀରେ ଫୁସଫୁସ କ୍ୟାନ୍ସର ହେବାର ଆଶଙ୍କା କମିଯାଏ ।
ଦୀର୍ଘ ସମୟ ଧରି ବିପଜ୍ଜନକ ପରିବେଶ ଏବଂ ପଦାର୍ଥ ମଧ୍ୟରେ ନିଶ୍ୱାସ ନେବା ଦ୍ୱାରା ଫୁସଫୁସ କ୍ୟାନ୍ସର ମଧ୍ୟ ହୋଇପାରେ । ନିମ୍ନରେ କିଛି ପଦାର୍ଥ ଅଛି, ଯାହା ଫୁସଫୁସ କ୍ୟାନ୍ସର ସୃଷ୍ଟି କରିପାରେ…
-ଆର୍ସେନିକ୍
-କ୍ରୋମିୟମ୍
-କ୍ୟାଡମିୟମ୍
-ୟୁରାନିୟମ୍-କିଛି ପେଟ୍ରୋଲିୟମ ଉତ୍ପାଦ
ଫୁସଫୁସ କ୍ୟାନ୍ସରରୁ କିପରି ରକ୍ଷା ପାଇବେ :-
ଫୁସଫୁସ କର୍କଟକୁ ରୋକିବା ପାଇଁ କୌଣସି ନିଶ୍ଚିତ ଉପାୟ ନାହିଁ । ଯେଉଁମାନେ ଧୂମପାନ କରନ୍ତିନି, ନାହିଁ ସେମାନଙ୍କୁ ଫୁସଫୁସ କ୍ୟାନ୍ସର ହେବନାହିଁ ବୋଲି କିଛି ମାନେ ନାହିଁ । କିନ୍ତୁ କିଛି ଉପାୟ ମାଧ୍ୟମରେ ଆପଣ ଏହାର ବିପଦକୁ କମ୍ କରିପାରିବେ । ଯେପରି କି…
-ଧୂମପାନ କରନ୍ତୁ ନାହିଁ
– ସେକେଣ୍ଡ ହ୍ୟାଣ୍ଡ ସ୍ମୋକରୁ ଦୂରେଇ ରୁହନ୍ତୁ ଓ ଧୂମପାନକାରୀଙ୍କ ପାଖରେ ରୁହନ୍ତୁ ନାହିଁ
-କର୍ମକ୍ଷେତ୍ରରେ କର୍କିନୋଜେନିକ୍ ପଦାର୍ଥରୁ ଦୂରେଇ ରୁହନ୍ତୁ ।
-ପ୍ରଚୁର ଫଳ ଏବଂ ପନିପରିବା ଖାଆନ୍ତୁ ।
-ଫିଟ୍ ରୁହ, ନିୟମିତ ବ୍ୟାୟାମ କର ।