fbpx

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ: ଝଟପଟ ହୋଇ ମରିଗଲେ ୧୩ ଜଣ, ୩୫ ଗୁରୁତର

ଚୋନବୁରୀ୍: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚୋନବୁରୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ସେଠାରେ ଏକ ନାଇଟ କ୍ଲବରେ ନିଆଁ ଲାଗିବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସ୍ଥାନୀୟ ସମୟ ଅନୁସାରେ, ଏହି ଘଟଣା ରାତି ସମୟରେ ହୋଇଛି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଯେଉଁ ସମୟରେ ନିଆଁ ଲାଗିଥିଲା, ସେହି ସମୟରେ କ୍ଲବରେ ଅଧିକ ସଂଖ୍ୟାରେ ଲୋକ ଥିବା କୁହାଯାଉଛି । ମୃତକ ଓ ଆହତମାନଙ୍କୁ ମେଡିକାଲ ନିଆଯାଇଛି । ଆହତଙ୍କ ମଧ୍ୟରେ କିଛି ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ପୋଲିସ କର୍ଣ୍ଣେଲ୍ ଉତ୍ତିପୋଙ୍ଗ୍ ସୋମ୍ଜାଇ ଟେଲିଫୋନ୍ ଯୋଗେ କହିଛନ୍ତି ଯେ, ରାତି ପ୍ରାୟ ୧ଟା ବେଳେ ସତ୍ତାହିପ୍ ଜିଲ୍ଲାରେ ଥିବା ‘ମାଉଣ୍ଟେନ୍ ବି’ ନାଇଟ୍କ୍ଲବ୍ରେ ନିଆଁ ଲାଗିଥିଲା । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Get real time updates directly on you device, subscribe now.