fbpx

PM Kisaan Yojanaରେ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏହି କୃଷକମାନେ ପାଇବେ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ସମୃଦ୍ଧି ଏବଂ ବିକାଶ ପାଇଁ ଆରମ୍ଭ ହୋଇଥିବା ପିଏମ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତିକୁ ପ୍ରାୟ ୧୦ କୋଟି କୃଷକ ଅପେକ୍ଷା କରି ରହିଛନ୍ତି । ଏବେ ଏହାକୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ତେବେ ଏହି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆଗାମୀ କିସ୍ତିରେ କିଛି କୃଷକଙ୍କୁ ମିଳିବ ଏହି ଟଙ୍କା । ତେବେ ଏ ନେଇ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ।

ନୂଆ ନିୟମ ଅନୁସାରେ ଏପର୍ଯ୍ୟନ୍ତ ଇ-କେୱାଇସି ପୂରଣ କରି ନଥିବା କୃଷକମାନଙ୍କ ଖାତାଙ୍କୁ ସେମାନଙ୍କ ଟଙ୍କା ଟ୍ରାନ୍ସଫର କରାଯିବ ନାହିଁ । ୩୧ ଜୁଲାଇ ପରେ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଳ୍ପସଂଖ୍ୟକ କୃଷକ ନିଜ ଇ-କେୱାଇସି କରାଇଛନ୍ତି । ତେଣୁ ଏ ନେଇ ସରକାରଙ୍କ ତରଫରୁ ଏକ ନୋଟିସ ଜାରି କରାଯାଇଛି । ତେବେ ଏମିତି ହେଲେ ଯୋଜନାର ଦ୍ୱାଦଶ କିସ୍ତି ଆସିବ ନାହିଁ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ନିଜର ଇ-କେୱାଇସି କରାଇନଥିବା କୃଷକମାନଙ୍କ ପାଇଁ ଅଗଷ୍ଟ ୧୦ ଏବଂ ୧୧ ତାରିଖରେ ବିଶେଷ ଅଭିଯାନ ଚାଲିବ । ଏହାପରେ ସରକାରଙ୍କ ଆଦେଶ ଅନୁସାରେ ଏହି ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କୃଷକମାନଙ୍କ ସହ ସମ୍ପର୍କ କରାଯାଇ ଅଗଷ୍ଟ ୧୬-୨୩ ତାରିଖ ଭିତରେ ଏହି କାମ ପୂରଣ କରାଯିବ । ଏହି ଯୋଜନାର ୧୧ତମ କିସ୍ତି ଗତ ମେ’ ୩୧ ତାରିଖରେ କୃଷକମାନଙ୍କ ଖାତାରେ ଟ୍ରାନ୍ସଫର କରାଯାଇଥିଲା ।

ତେବେ ଏହାର ଦ୍ୱାଦଶ କିସ୍ତି ଚଳିତ ଅଗଷ୍ଟରୁ ନଭେମ୍ବ୨ର ମାସ ମଧ୍ୟରେ ମିଳିବ ବୋଲି ଜଣାଯାଇଛି । ତେବେ କିଛି ଲୋକ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେବା ପରେ ସରକାର ଏହି ଇ-କେୱାଇସି ଯୋଜନା ଆଣିଛନ୍ତି ।

କେମିତି କରିବେ ଇ-କେୱାଇସି:

• ଏଥିପାଇଁ ପ୍ରଥମେ ପିଏମ କିସାନ ଯୋଜନାର ୱେବସାଇଟକୁ ଭିଜିଟ କରନ୍ତୁ

• ଏଠାରେ ଇ-କେୱାଇସି ଟ୍ୟାବରେ କ୍ଲିକ କରନ୍ତୁ

• ଏଥିରେ ଆଧାର ନମ୍ବର ଲେଖି ସର୍ଚ୍ଚ ଟ୍ୟାବରେ କ୍ଲିକ କରିବା ପରେ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଟାଇପ କରନ୍ତୁ

• ମୋବାଇଲ ନମ୍ବରରେ ଯାଇଥିବା ଓଟିପି ସବମିଟ କରନ୍ତୁ

• ଆଧାର ରେଜିଷ୍ଟର୍ଡ ମୋବାଇଲ ଓଟିପି ରେଜିଷ୍ଟର କରନ୍ତୁ ଏବଂ ଆପଣଙ୍କର ଇ-କେୱାଇସି ପ୍ରସ୍ତୁତ

Get real time updates directly on you device, subscribe now.