fbpx

ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ମାଗଣାରେ ବଣ୍ଟନ କରିବେ ଜାତୀୟ ପତାକା, ମିଶନ ଶକ୍ତିକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଘୋଷଣା କରାଯାଇଛି । ସେଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବାକୁ ଅପିଲ କରାଯାଇଛି । ଏନେଇ କେନ୍ଦ୍ର ସରକାର ଜାତୀୟ ପତାକା ଉଡ଼ାଇବାର କିଛି ନିୟମରେ ପରିବର୍ତ୍ତନ କରିଛନ୍ତି ।

ତେବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ । ଏହାର ତିଆରି ଓ ବଣ୍ଟନ ଦାୟିତ୍ୱ ନେଇଛନ୍ତି ରାଜ୍ୟ ମିଶନ ଶକ୍ତିର ମା’ମାନେ । ମିଶନ ଶକ୍ତିର ମା’ମାନେ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏନେଇ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

ଏଥର ରାଜ୍ୟରେ କୋଭିଡ କଟକଣାକୁ ମାନି ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜ୍ୟରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ ।

Get real time updates directly on you device, subscribe now.