fbpx

ଖୁବଶୀଘ୍ର ବଢ଼ିବ ଖାଇବା ଲୁଣର ଦାମ୍, ଟାଟା କମ୍ପାନୀ ପକ୍ଷରୁ ମିଳିଲା ସଙ୍କେତ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମହଙ୍ଗା ମାଡ଼ର ସିଜିନ୍ ଚାଲିଛି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ବିଭିନ୍ନ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ତେବେ ଖୁବଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଆଉ ଏକ ଖାଦ୍ୟ ସାମଗ୍ରୀ । ଦେଶରେ ସର୍ବାଧିକ ବିକ୍ରି ହେଉଥିବା ଟାଟା ଲୁଣର ମୂଲ୍ୟ ଆଗକୁ ବଢ଼ିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଟାଟା ଲୁଣ ବଜାରରେ ପ୍ୟାକେଟ୍ ପିଛା ୨୮ ଟଙ୍କାରେ ମିଳୁଛି । ତେବେ କମ୍ପାନୀ ଖୁବଶୀଘ୍ର ଜନସାଧାରଣଙ୍କୁ ଝଟକା ଦେବାକୁ ଯାଉଛି । ଟାଟା ଗ୍ରାହକ ସାମଗ୍ରୀର ଏମଡି ଓ ସିଇଓ ଖାଇବା ଲୁଣର ମୂଲ୍ୟ ବଢ଼ିବା ନେଇ ଏକ ସାକ୍ଷାତକାରରେ ସଙ୍କେତ ଦେଇଛନ୍ତି । ଟାଟା ନମକ ଉପରେ ମହଙ୍ଗା ମାଡ଼ର ଚାପ କ୍ରମାଗତ ଭାବେ ଜାରି ରହିଛି । ଏପରି ସ୍ଥିତିରେ ମାର୍ଜିନକୁ ସୁରକ୍ଷା ଦେବା ପାଇଁ ଖାଇବା ଲୁଣର ମୂଲ୍ୟ ବୃଦ୍ଧି ନେଇ କମ୍ପାନୀ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ, ଲୁଣର ମୂଲ୍ୟ ଦୁଇଟି କମ୍ପୋନେଟକୁ ଆଧାର କରି ସ୍ଥିର କରାଯାଇଥାଏ । ସେଇ ଦୁଇଟି କମ୍ପୋନେଟ ହେଉଛନ୍ତି ବ୍ରାଇନ ଓ ଏନର୍ଜି । ବ୍ରାଇନର ମୂଲ୍ୟ ବର୍ତ୍ତମାନ ସ୍ଥିର ରହିଥିବା ବେଳେ ଏନର୍ଜିର ମୂଲ୍ୟ ଉଚ୍ଚସ୍ତରରେ ପହଞ୍ଚିଛି । ଏହି କାରଣରୁ ମାର୍ଜିନ ଉପରେ ଚାପ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ତେବେ ଲୁଣର ମୂଲ୍ୟ କେତେ ବଢ଼ିବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି । ଆଗକୁ ଯଦି ଲୁଣର ମୂଲ୍ୟ ବଢ଼େ, ତେବେ ଏହା ଜନତାଙ୍କ ରୋଷେଇ ବଜେଟକୁ ପ୍ରଭାବିତ କରିବ ।

Get real time updates directly on you device, subscribe now.