fbpx

ଯମୁନା ନଦୀରେ ଓଲଟିଲା ଡଙ୍ଗା: ମିଳିଲାଣି ୪ ଜଣକ ଶବ, ଏବେବି ନିଖୋଜ ୧୭ ରୁ ଅଧିକ

ଯମୁନା ନଦୀରେ ବଡ଼ ଧରଣର ଦୁର୍ଘଟଣା… ଡଙ୍ଗା ବୁଡ଼ି ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଏବେବି ୧୭ ରୁ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ୩୫ ଯାତ୍ରୀ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୫ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କ କୌଣସି ଖୋଜ୍ ମିଳିପାରିନାହିଁ । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି ।

ଏହ ଘଟଣା ଘଟିଛି ଉତ୍ତର ପ୍ରଦେଶ ବାନ୍ଦା ଥାନା ଅଞ୍ଚଳରେ ଯମୁନା ନଦୀରେ  । ସୂଚନା ଅନୂଯାୟୀ, ଗୁରୁବାର ଦ୍ୱିପ୍ରହରରେ ୩୫ ରୁ ଅଧିକ ଲୋକ ଡଙ୍ଗା ଦ୍ୱାରା ଫତେପୁର ଆଡ଼କୁ ଯାତ୍ରା କରୁଥିଲେ । କିନ୍ତୁ ପାଣିର ସ୍ରୋତ ତୀବ୍ର ହେବା କାରଣରୁ ଡଙ୍ଗା ମଝି ଯମୁନାରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା ।

ସେପଟେ ଏସଡିଆରଏଫ୍ ର ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର ପାଇଁ ନିୟୋଜିତ ରହିଛନ୍ତି । ଚାରି ଜଣକ ଶବ ମିଳିଛି । କୁହାଯାଉଛି, ରକ୍ଷାବନ୍ଧନ ଅବସରରେ ବଡ଼ସଂଖ୍ୟାରେ ମହିଳା ଏବଂ ପିଲାମାନେ ଡଙ୍ଗାରେ ଯାତ୍ରା କରୁଥିଲେ ।  ସେପଟେ ସିଏମ ଯୋଗୀ ଆଦିତ୍ୟନାଥ  ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ।

Get real time updates directly on you device, subscribe now.