fbpx

ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ଜିମ୍ବାୱେ ଦଳ ଘୋଷଣା, ୧୭ ଜଣିଆ ଟିମ୍‌ରେ ରହିଛନ୍ତି ଏହି ସବୁ ଖେଳାଳି

ହାରାରେ: ଚଳିତ ଅଗଷ୍ଟ ମାସ ୧୮ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋବକୁ ଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ୧୭ ଜଣିଆ ଜିମ୍ବାୱେ ଦଳ ନାମ ତାଲିକା ଘୋଷଣା କରା ଯାଇଛି । ଜିମ୍ବାୱେ ଦଳର ନିୟମିତ ଅଧିନାୟକ କ୍ରେଗ ଏରଭିନେ ମାଂସପେଶୀ ଆଘାତ ନେଇ ଏହି ସିରିଜ ଖେଳିବା ଅସମ୍ଭବ ହୋଇ ଥିବାରୁ ଦଳର ଅନ୍ୟତମ ଖେଳାଳି ରେଗିସ ଚକାଭାଙ୍କୁ ଭାରତ ବିକ୍ଷ ସିରିଜ ପାଇଁ ଅଧିନାୟକ ନିଯୁକ୍ତ କରା ଯାଇଛି । ସଂପ୍ରତି ଅନୁଷ୍ଠିତ ବାଂଲଶଦେଶ ବିପକ୍ଷ ଦିନିକିଆ ସିରିଜରେ ରେଗିସ ଜିମ୍ବାୱେକୁ ୨- ୧ରେ ବିଜୟୀ କରାଇ ଥିଲେ । ଦଳର ଅନ୍ୟତମ ଖେଳାଳି ତଥା ଫାଷ୍ଟ ବୋଲର ବ୍ଳେସିଂ ମୁଜାରାବାନି ଓ ତେନ୍ଦାଇ ଚତରାଙ୍କ ସହିତ ବାମହାତୀ ସ୍ପିନର ୱେଲିଂଟନ ମାସାକାଦାଜା ମଧ୍ୟ ଆଘାତ ଜନିତ ସମସ୍ୟା ନେଇ ଭାରତ ବିପକ୍ଷ ସିରିଜ ଖେଳିବାରୁ ବଞ୍ଚିତ ହେବେ ।

ସୂଚନା ଯୋଗ୍ୟ ଯେ ଏହି ସିରିଜ ବିଶ୍ୱ କପ ସୁର ଲିଗ ଅନ୍ତର୍ଗତ ହୋଇ ଥିବାରୁ ଉଭୟ ଦେଶ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଜିମ୍ବାୱେର ରାଜଧାନୀ ହାରାରେରେ ଏହି ସିରିଜର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଜିମ୍ବାୱେ ଦଳ- ରେଗିସ ଚାକାଭା, ତାନାକା ଚିଭାଙ୍ଗା, ବ୍ରାଡଲେ ଇଭାନ୍ସ, ଲ୍ୟୁକ ଜୋଙ୍ଗୱେ, ରିୟାନ ବର୍ଲ, ଇନୋଣ୍ଟେ କେଇଆ, କାଇଟାନୋ ତରକୁଜାୱାନାସେ, କ୍ଳାଇଭ ମାଦାନ୍ଦେ, ତିଦି ୱାନାଶେ ମରୁମାନେ ,ୱେସଲେ ମାଧେଭେରେ, ଜନ ମାସାରା, ଟୋନି ମୁନିୟୋଙ୍ଗା, ରିଚାର୍ଡ ନାଗାରଭା, ଭିକ୍ଟର ନ୍ୟାୟୁଚି , ସିକନ୍ଦର ରାଜା, ମିଲଟନ ଣୁମ୍ବା ଓ ଡୋନାଲ୍ଡ ତିରିପାନୋ ।

Get real time updates directly on you device, subscribe now.