ବିହାରରେ ପୁଣି ବିଷାକ୍ତ ମଦ ପିଇ ୭ ମୃତ, ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା

ପାଟନା : ବିହାରରେ ମଦ ପ୍ରସ୍ତୁତି ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ ହୋଇଛି। ଚୋରା ମଦ ଯୋଗୁଁ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ମଦ ତିଆରି, ବିକ୍ରୟ, ପିଇବା ରାଜ୍ୟରେ ବେଆଇନ ଅଟେ । ତଥାପି, ବିଷାକ୍ତ ମଦ ପିଇ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେଉନାହିଁ । ଏବେ ପୁଣି ଥରେ ସରନ ଜିଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ଘଟିଛି । ସଦ୍ୟତମ ଘଟଣାରେ ବିଷାକ୍ତ ମଦ ପିଇବା କାରଣରୁ ଜିଲ୍ଲାର ମାରହରା ପୋଲିସ ଷ୍ଟେସନ ଅନ୍ତର୍ଗତ ଭୁଆଲପୁରରେ ୭ ଜଣଙ୍କ ମୃତ୍ୟୁ ଖବର ମିଳିଛି । ପୋଲିସ ଉକ୍ତ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ମୃତଦେହକୁ ଚାପ୍ରାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି । ଅଧିକ ଲୋକ ମଦ୍ୟପାନ କରିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କୁହାଯାଉଛି ଯେ ନିନ୍ଦା ଓ ଭୟ ହେତୁ ଅନେକ ଲୋକ ଗୁପ୍ତରେ ଚିକିତ୍ସା କରୁଛନ୍ତି । ଏହି ସମୟରେ ପୋଲିସ ଗ୍ରାମବାସୀଙ୍କୁ ନିବେଦନ କରିଛି ଯେ ଯଦି କେହି ମଦ୍ୟପାନ କରିଛନ୍ତି, ତେବେ ସୂଚନା ଦିଅନ୍ତୁ ଯାହା ଦ୍ୱାରା ଠିକ୍‌ ସମୟରେ ଚିକିତ୍ସା ଦ୍ୱାରା ସେମାନଙ୍କର ଜୀବନ ରକ୍ଷା କରାଯାଇ ପାରିବ ।