Gratuity Rule ବଦଳିଲା! ଏଣିକି ୫ ବର୍ଷ ନୁହେଁ, ଏକ ବର୍ଷ ଚାକିରି କରିବା ପରେ କର୍ମଚାରୀଙ୍କୁ ମିଳିବ ଗ୍ରାଚ୍ୟୁଇଟି ଅର୍ଥ

ନୂଆଦିଲ୍ଲୀ: ସରକାରୀଙ୍କ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ନୂଆ ଲେବର କୋଡରେ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟିରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟି ପାଇଁ ଚାକିରି ଅବଧି ୫ ବର୍ଷରୁ ହ୍ରାସ କରି ୧ ବର୍ଷ କରି ଦିଆଯାଇଛି । ଏନେଇ ଲୋକସଭାରେ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଲୋକସଭାରେ ଲିଖିତ ବିବରଣୀ ଦେଇଛନ୍ତି ।

ବିଭିନ୍ନ ରାଜ୍ୟମାନେ ଅଲଗା ଅଲଗା କୋଡ ଉପରେ ନିଜର ସହମତି ପ୍ରଦାନ କରିଛନ୍ତି । ଏହାକୁ କେନ୍ଦ୍ର ସରକାର ଖୁବଶୀଘ୍ର ଲାଗୁ କରିପାରନ୍ତି ବୋଲି କୁହାଯାଉଛି । ନୂଆ ଲେବର କୋଡ ଲାଗୁ ହେବା ପରେ କର୍ମଚାରୀଙ୍କ ସାଲାରୀ, ଛୁଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଇଟିରେ ପରିବର୍ତ୍ତନ ହେବ । ଏହାପରେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ପାଇଁ କୌଣସି ସଂସ୍ଥା ୫ ବର୍ଷ ଲଗାତର ଚାକରିକୁ ବାଧ୍ୟତାମୂଳକ କରିପାରିବେ ନାହିଁ ।

ତେବେ ସରକାର ଏନେଇ କୌଣସି ଘୋଷଣା କରିନାହାନ୍ତି, ମାତ୍ର ନୂଆ ଲେବର କୋଡ୍ ଲାଗୁ ହେବା ପରେ ଗ୍ରାଚ୍ୟୁଇଟି ନିୟମ ଲାଗୁ ହେବ ବୋଲି କୁହାଯାଉଛି । ପୂର୍ବ ଗ୍ରାଚ୍ୟୁଇଟି ନିୟମ ଅନୁଯାୟୀ, କୌଣସି ସଂସ୍ଥାରେ ୫ ବର୍ଷ ଚାକିରି ସମାପ୍ତ କରିବା ପରେ ଗ୍ରାଚ୍ୟୁଇଟି ଲାଗୁ ହେଉଥିଲା । ଯେଉଁଦିନ ଜଣେ କର୍ମଚାରୀ ଚାକିରି ଛାଡ଼ନ୍ତି, ତା’ ପର ମାସରେ ସାଲାରୀକୁ ଆଧାର କରି ଗ୍ରାଚ୍ୟୁଇଟି ହିସାବ ହୋଇଥାଏ ।