fbpx

ଭାରତର ସୁନା ଆମଦାନୀ ୬.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ଦେଶର ବର୍ତ୍ତମାନର ଆକାଉଣ୍ଟ ନିଅଣ୍ଟ ଉପରେ ଭାରତର ସୁନା ଆମଦାନୀ ୬.୪ ପ୍ରତିଶତ ବୃଦ୍ଧି ହୋଇ ୧୨.୯ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏକ ବର୍ଷ ପୂର୍ବେ ସମାନ ଅବଧିରେ ଆମଦାନୀ ୧୨ ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ ଜୁଲାଇ ୨୦୨୨ରେ ମୂଲ୍ୟବାନ ଧାତୁର ଆମଦାନୀ ୪୩.୬ ପ୍ରତିଶତ ହ୍ରାସ ପାଇ ୨.୪ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଚଳିତ ଆର୍ଥିକ ବର୍ଷ ପ୍ରଥମ ଚାରିମାସ ମଧ୍ୟରେ ସୁନା ଏବଂ ତୈଳ ଆମଦାନୀରେ ବୃଦ୍ଧି ହୋଇ ୩୦ ବିଲିୟନ ଆମେରିକୀୟ ଡଲାରର ରେକର୍ଡ, ବାଣିଜ୍ୟ ନିଅଣ୍ଟରେ ଏପ୍ରିଲ-ଜୁଲାଇ ୨୦୨୧ରେ ୧୦.୬୩ ବିଲିୟନ ଡ଼ଲାରରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ ପ୍ରଥମ ଚାରି ମାସରେ ଧାତୁ ଏବଂ ଅଳଙ୍କାର ରପ୍ତାନି ପ୍ରାୟ ୭ ପ୍ରତିଶତ ବୃଦ୍ଧି ହୋଇ ୧୩.୫ ବିଲିୟନ ଡ଼ଲାରରେ ପହଞ୍ଚିଛି ।

Get real time updates directly on you device, subscribe now.