fbpx

“ଇଣ୍ଡିଆନ୍‌-୨’ରୁ କାଜଲ ଅଗ୍ରୱାଲ୍‌ ଆଉଟ୍‌ ! ବଲିଉଡର ଏହି ଅଭିନେତ୍ରୀଙ୍କୁ ମିଳିପାରେ ଅଫର୍

ମୁମ୍ବାଇ: ‘ ବିକ୍ରମ’ର ସଫଳତା ପରେ ତାମିଲ ସୁପରଷ୍ଟାର କମଲ ହାସନ ଏବେ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି କି ସେ ଚଳିତ ମାସ ଶେଷରୁ ନିର୍ଦ୍ଦେଶକ ଏସ ଶଙ୍କରଙ୍କ ବ୍ଲକବଷ୍ଟର ଫିଲ୍ମ ଇଣ୍ଡିଆନର ସିକ୍ୱେଲ ‘ଇଣ୍ଡିଆନ-୨’ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । କୋଭିଡ ଯୋଗୁଁ ଫିଲ୍ମ ବିଳମ୍ବ ହୋଇଥିଲା । ଏହି ଚଳଚ୍ଚିତ୍ରର କାଷ୍ଟ ବିଷୟରେ ଆଲୋଚନା ହେଉଛି । ସମସ୍ତେ ଜାଣିଥିଲେ ଯେ ସିଙ୍ଘମ୍‌ ଗର୍ଲ କାଜଲ ଅଗ୍ରୱାଲ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବେ କିନ୍ତୁ ତାଙ୍କ ବିବାହ ଏବଂ ନିକଟରେ ଏକ ସନ୍ତାନ ଜନ୍ମ ହେବା ପରେ ଏଥିରେ ବ୍ରେକ୍‌ ଲାଗିଛି । ଏହାକୁ ନେଇ ବର୍ତ୍ତମାନ କୁହାଯାଉଛି ଯେ କାଜଲ ଅଗ୍ରୱାଲଙ୍କ ସ୍ଥାନରେ ଦୀପିକା ପାଦୁକୋନଙ୍କ ନିକଟକୁ ଅଫର ଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ବିଷୟରେ କେହି ଅଫିସିଆଲି ଘୋଷଣା କରାଯାଇନାହିଁ ।

ଦୀପିକା ଏବେ ‘ପଠାନ୍‌’ ବ୍ୟତୀତ ‘ପ୍ରୋଜେକ୍ଟ କେ’ରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ‘ଇଣ୍ଡିଆନ୍‌ ୨’ରେ ସିଦ୍ଧାର୍ଥ, ରାକୁଲ ପ୍ରୀତ ସିଂ ଏବଂ ପ୍ରିୟା ଭବାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ସଂଗୀତ ଦେଉଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର । ଗତ କିଛି ଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, ଏହି ଚଳଚ୍ଚିତ୍ରରୁ କାଜଲ ଅଗ୍ରୱାଲଙ୍କ ନାମ କଟାଯାଇଛି । ଏବେ ଦୀପିକା ପାଦୁକୋନ, କ୍ୟାଟ୍ରିନାଙ୍କ ପରି ଅଭିନେତ୍ରୀମାନେ ତାଙ୍କ ସ୍ଥାନରେ ବିବେଚିତ ହେଉଛନ୍ତି । ଏହା ପଛର କାରଣ କୁହାଯାଉଛି ଯେ ଏହି ଫିଲ୍ମଟି ପାନ୍‌ ଇଣ୍ଡିଆ ଫିଲ୍ମ ଭାବରେ ଡିଜାଇନ୍‌ ହୋଇଛି । ଏହି କାରଣରୁ ଜଣେ ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକା ଦମ୍‌ଦାର ହେବା ସହ ଫିଲ୍ମକୁ ବଡ଼ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

Get real time updates directly on you device, subscribe now.