ଗୋଟିଏ ଜାଗାରେ ସବୁ କମ୍ପାନୀର Insurarnce : କ’ଣ ରହିଛି ବୀମା ନିୟାମକଙ୍କ ନୂଆ ପ୍ଲାନ?

ନୂଆଦିଲ୍ଲୀ: ଭାରତର ବୀମା କ୍ଷେତ୍ରରେ ଏବେ ବି ଅନେକ ସମ୍ଭାବନା ଦେଖା ଦେଇଛି । ଦେଶର ଆହୁରି ଏକ ବଡ ବିଭାଗ ଏବେ ବି ବୀମା ଯୋଜନାରୁ ଦୂରରେ ରହିଛନ୍ତି । ଏମାନଙ୍କ ପାଇଁ ଇନ୍ସୁରାନ୍ସ କ୍ରୟକୁ ଆହୁରି ସହଜ କରିବା ପାଇଁ ଏକ ନୂଆ ପ୍ଲାଟଫର୍ମ ତିଆରି କରିବା ପାଇଁ ଯୋଜନା କରୁଛି ଇନ୍ସୁରାନ୍ସ ରେଗୁଲେଟର ଆଣ୍ଡ ଡେଭଲପମେଣ୍ଟ ଅଥରିଟୀ (IRDAI)। ଏଣିକି ଏହି ପ୍ଲାଟଫର୍ମରେ ସମସ୍ତ ଇନ୍ସୁରାନ୍ସ କମ୍ପାନୀ ନିଜକୁ ଲିଷ୍ଟେଡ କରାଯିବେ । ଏହା ଦ୍ୱାରା ଇନ୍ସୁରାନ୍ସର କ୍ରୟ, ସର୍ଭିସିଙ୍ଗ ଏବଂ କ୍ଲେମ ମଧ୍ୟ କରାଯିବ ।

ଏହାବ୍ୟତୀତ ଯଦି କୌଣସି ପଲିସି ଏଜେଣ୍ଟ ବୀମା ବିକିବା ପାଇଁ ଚାହାଁନ୍ତି, ତେବେ ପ୍ଲାଟଫର୍ମରେ ରେଜିଷ୍ଟର କରିବେ । ଏହାପରେ କୌଣସି କମ୍ପାନୀର ବୀମା ବିକିବା ପାଇଁ ଯୋଗ୍ୟ ହୋଇପାରିବ । ଏହି ନୂଆ ଯୋଜନାକୁ ନେଇ ବୀମା ନିୟାମକ ଇନ୍ସୁରାନ୍ସ କମ୍ପାନୀଗୁଡିକର ସିଇଓଙ୍କୁ ପ୍ରେଜେଣ୍ଟେସନ ମଧ୍ୟ ଦେଇଛନ୍ତି । ତେବେ ଚଳିତବର୍ଷ ଶେଷ ଆଡକୁ ଏହି ନୂଆ ପ୍ଲାଟଫର୍ମକୁ ଲଞ୍ଚ କରିପାରେ IRDAI ।

ଏହି ପ୍ଲାଟଫର୍ମ ଦ୍ୱାରା ଅନେକ ଲୋକଙ୍କୁ ଇନ୍ସୁରାନ୍ସ ପହଞ୍ଚାଇବା ପାଇଁ ସହଜ ହେବା ସହିତ କମିଶନ ରେଟରେ ମଧ୍ୟ ହ୍ରାସ ହୋଇପାରେ । ଏହାବ୍ୟତୀତ ଜୀବନ ବୀମା ଦେଉଥିବା କମ୍ପାନୀଗୁଡିକୁ ସ୍ୱାସ୍ଥ୍ୟ ବୀମା ବିକ୍ରି କରିବା ପାଇଁ ଅନୁମତି ଦେବା ନେଇ ଆଲୋଚନା କରାଯାଉଛି । ନୂତନ ସେବା ପାଇଁ ଇନ୍ସୁରାନ୍ସ କମ୍ପାନୀଗୁଡିକୁ IRDAIର ଅନୁମତିର ଆବଶ୍ୟକତା ପଡିବ ନାହିଁ । ତେବେ ପୂର୍ବରୁ ଏହି ସୁବିଧା କେବଳ ସ୍ୱାସ୍ଥ୍ୟ ବୀମା କମ୍ପାନୀମାନଙ୍କୁ ମିଳିଥିଲା ।