RJD ନେତାଙ୍କ ଘରେ CBI ଆଉ ED ରେଡ

ବିହାର:କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢାଉ କରିଛନ୍ତି। କୁହାଯାଉଛି ଯେ ଚାକିରି ବଦଳରେ ଜମି ସଂପର୍କରେ ସିବିଆଇ ପାଟନାରେ ଆରଜେଡି ବିଧାୟକ ସୁନୀଲ ସିଂଙ୍କ ଘରେ ଚଢାଉ କରିଛି। ଏହା ବ୍ୟତୀତ ଝାଡଖଣ୍ଡର ରାଞ୍ଚିରେ ବେଆଇନ ଖଣି ଖନନ ଓ ଚୋରା ଚାଲାଣ ମାମଲାରେ ଚଢାଉ କରାଯାଇଛି। ପ୍ରେମ ପ୍ରକାଶ ସହ ଜଡିତ ସ୍ଥାନଗୁଡିକରେ ଏହି ଚଢ଼ାଉ କରା ଯାଉଥିବାର କୁହାଯାଉଛି।

କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଏବଂ ଇଡି ବିହାର ଏବଂ ଝାଡଖଣ୍ଡରେ ଚଢ଼ାଉ କରିଛନ୍ତି। ବୁଧବାର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବାକୁ ଥିବା ବିହାରରେ ଆରଜେଡି ନେତା ଙ୍କ ଘରେ ସିବିଆଇ ଚଢ଼ାଉ କରିଛନ୍ତି ।