fbpx

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ,

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମିକସକ୍ୟୁରୀ ଶ୍ରୀମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । ବର୍ତ୍ତମାନର ବାସ୍ତବ ସ୍ଥିତିକୁ ନେଇ ଆମିକସକ୍ୟୁରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ । ଏହି ପ୍ରସଙ୍ଗରେ କୋର୍ଟରୁ ନିର୍ଦ୍ଦିଷ୍ଟ ଭାବେ କି ପ୍ରକାର ନିର୍ଦ୍ଦେଶ ଆବଶ୍ୟକ , ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ସ୍ଥିତି ଅନୁଧ୍ୟାନ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଆଜିର ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ( ଏଏସ୍‌ଆଇ ) କର୍ତ୍ତୃପକ୍ଷ ଓ ଆମିକସକ୍ୟୁରୀଙ୍କୁ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା । ଏହାପରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୨୦୧୮ , ଜୁନ୍‌ ୮ରେ ଗୃହବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍ ରେଫରେନ୍ସ ପ୍ରକାଶ ପାଇଥିଲା । କମିସନ ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ । ଗତ କିଛିଦିନ ହେବ ପୁଣି ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ୍ ପାଇଁ ଦାବି ଜୋର୍ ଧରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆମିକସକ୍ୟୁରୀ ଶ୍ରୀମନ୍ଦିରଯାଇ ସ୍ଥିତି ଅନୁଧ୍ୟାନ କରିବେ । ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ଓ ଏହାର ମରାମତି କରାଯିବା ପ୍ରସଙ୍ଗରେ ହାଇକୋର୍ଟରେ ପୁଣି ଶୁଣାଣି ହେବାର ସମ୍ଭାବନା ରହିଛି । ଏଠାରେ ୨୦୧୬ରେ ଦାୟର ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାର ସମୟରେ ନାଟ ହାଇକୋର୍ଟରେ ଶୁଣାଣି ଅଗ୍ରଗତି ପ୍ରସଙ୍ଗରେ ମଣ୍ତପର ସଂରକ୍ଷଣ ତଥା ମରାମତିର ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ( ଏଏସ୍‌ଆଇ ) ବିଭିନ୍ନ ସମୟରେ ସତ୍ୟପାଠ ଦାଖଲ କରିଥିଲା ।

ଏଥିସହିତ ଶ୍ରୀମନ୍ଦିରର ଏହି ମାମଲାରେ ଇଂଜିନୟର ଏନ.କେ.ମହାନ୍ତିଙ୍କୁ ଆମିକସକ୍ୟୁରୀ ଭାବେ ହାଇକୋର୍ଟ ନିଯୁକ୍ତି ଦେଇଥିଲେ । ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର , ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.