fbpx

(video)କୁମ୍ଭୀର Attackର ଭୟଙ୍କର ଦୃଶ୍ୟ: ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

ନୂଆଦିଲ୍ଲୀ: ଏମିତିରେ କୁମ୍ଭୀର ନାଁ ଶୁଣିଲେ ହିଁ ଭୟ ଲାଗେ । କିନ୍ତୁ ବିଶାଳ ଆକାରର କୁମ୍ଭୀର ଯେତେବେଳେ ଆକ୍ରମଣ କରିବାକୁ ଦୌଡି ଆସେ, ସେ ସମୟର ଦୃଶ୍ୟ ହୁଏତ ଭାବିବା ପାଇଁ ବି ଡର ଲାଗୁଥିବ । କିନ୍ତୁ ଏଭଳି ଏକ ଘଟରାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଠାତ କୁମ୍ଭୀରର ଏପରି ଭୟଙ୍କର ରୂପକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଦେଖଣାହାରୀ ।

ଜଣେ ବ୍ୟକ୍ତିଙ୍କୁ ହଠାତ ଏକ କୁମ୍ଭୀର ଆକ୍ରମଣ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓରେ କୁମ୍ଭୀର ଯୁବକଙ୍କୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର ଦୃଶ୍ୟ ଏବଂ କୁମ୍ଭୀରର ଏହି ରୂପ ଖୁବ ଭୟଙ୍କର ଦେଖାଯାଉଥିବା ବେଳେ ଯୁବକ ଜଣକ ପ୍ରାଣ ବିକଳରେ ଦୌଡୁଥିବାର ନଜର ଆସିଛନ୍ତି । ତେବେ କୁମ୍ଭୀରଟି ଏକ ବାଡ ଭିତରେ ରହିଥିବାରୁ ଏହା କେଉଁ ଚିଡିଆଖାନା ହୋଇଥିବ ବୋଲି ଅନୁମାନ କରାଯାଉଛି ।

ଆଇଏଫଏସ କର୍ମଚାରୀ ସୁଶାନ୍ତ ନନ୍ଦା ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ପ୍ଲାଟଫର୍ମକୁ ଆସିବା ମାତ୍ରେ ଖୁବ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଭିଡିଓ ଆସିବା ପରେ ଅନେକ ଲୋକ ଏହି ଭିଡିଓଟିକୁ ଦେକି ପସନ୍ଦ କରିଛନ୍ତି । ସେହିପରି ଆହୁରି ଅନେକ ଲୋକ ଏହି ଭିହିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.