fbpx

ଗିଟାର ଧରି ବାପା ଗାଇଲେ ଗୀତ: ସୁର ମିଶାଇବାକୁ ସବୁ ତାକତ ଲଗାଇଦେଲା ଝିଅ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଛୋଟ ପିଲାମାନଙ୍କ ଭିଡିଓକୁ ଖୁବ ପସନ୍ଦ ହୋଇଥାଏ । ତେବେ ଅନେକ ଲୋକ ଏହି ସୋସିଆଲ ମିଡିଆରେ ଫେମସ ହେବା ପାଇଁ ବିଭିନ୍ନ ପ୍ରକାରର କାରନାମା କରିଥାନ୍ତି । କିନ୍ତୁ ଛୋଟ ପିଲାଙ୍କ ନ୍ୟାଚୁରାଲ ସ୍ମାଇଲ କିମ୍ବା କିଛି ଦୁଷ୍ଟାମୀ ଲୋକମାନଙ୍କ ମନକୁ ଛୁଇଁଯାଏ । ଠିକ ସେହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କୁନି ଝିଅଟିର କିଛି ନଟଖଟ ଅନ୍ଦାଜ ଏବେ ସମସ୍ତଙ୍କ ମନ କିଣି ନେଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଗିଟାର ଧରି କବୀର ସିଂହ ଫିଲ୍ମର “କୈସେ ହୁଆ’ ଗୀତ ଗାଉଥିବାର ଦେଖାଯାଉଛି । କିନ୍ତୁ ପାଖରେ କୁନି ଝିଅ ବାପାଙ୍କୁ ଫଲୋ କରି ଏହି ଗୀତକୁ ଗାଇବା ପାଇଁ ବହୁ ଚେଷ୍ଟା କରିଛି । ଖନେଇ ଖନେଇ ବାପାଙ୍କୁ କପି କରିବାକ ଚାହୁଁଛି ଏହି କୁନି ଝିଅଟି । ବାପାଙ୍କ ସ୍ୱର ଏବଂ କଣ୍ଠ ଖୁବ ସୁନ୍ଦର ହୋଇଥିଲେ ବି ସମସ୍ତଙ୍କ ନଜର ଅଟକି ଯାଇଛି କୁନି ଝିଅ ପାଖରେ ।

ବାପାଙ୍କୁ ନକଲ କରି ଗିଟାର ଧରି ସେ ମଧ୍ୟ ଏହି ଗୀତ ଗାଇବା ପାଇଁ ଜୋର ଲଗାଇ ଦେଇଛି । ବାପାଙ୍କର ଏହି ଗୀତକୁ ମ୍ୟାଚ କରିବା ପାଇଁ ନିଜର ସବୁ ତାକତ ଲଗାଇ ଦେଇଛି ଏହି ପିଲାଟି । ତେବେ ପିଲାଟିର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଣ୍ଟରନେଟରେ ଏହି ଭିଡିଓ ଅପଲୋଡ ହେବା ମାତ୍ରେ ଖୁବ ସେୟାର ହୋଇଥିଲା ଏବଂ ଅନେକ ଲୋକଙ୍କ ମନକୁ ଛୁଇଁଛି । ପିଲାଟିର ଏହି କ୍ୟୁଟ ଅନ୍ଦାଜ ଦେଖି ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.