fbpx

ପାରାଦୀପରେ ଲଜ୍ଜା! ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ପାରାଦୀପ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ଦୁଷ୍କର୍ମ ମାମଲା ବଢ଼ିଚାଲିଥିବା ବେଳେ ପାରାଦୀପରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଲୋକମାନଙ୍କର ସେବା କରୁଥିବା ଆଶାକର୍ମୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଥାନାରେ ୪ ଜଣଙ୍କ ନାଁରେ ପୀଡ଼ିତା ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, କାଲି ନୂଆ ବଜାର ଅଞ୍ଚଳରେ ସାଇକେଲରେ ଯିବା ବେଳେ ଆଶାକର୍ମୀଙ୍କୁ ଉଠାଇନେଇଥିଲେ ଦୁର୍ବୃତ୍ତ । ଏକ କାରରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନେହରୁ ବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ ପରେ ତାଙ୍କୁ ଛାଡ଼ିଦେଇ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.