fbpx

‘ମନ୍ କି ବାତ୍‌’ରେ ନୂଆଖାଇ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‘ମନ୍ କି ବାତ୍‌’ରେ ନୂଆ ଖାଇ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ କେରଳର ଓନାମ ଓ ବିଭିନ୍ନ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ଶୁଭକାମନା ଦେଇଛନ୍ତି। ଏହା ଆମ ସାଂସ୍କୃତିକ ପାରମ୍ପାରିକ ସମ୍ପର୍କରୁ ରୁଦ୍ଧିମନ୍ତ କରିବ ବୋଲି କହିଥିଲେ। ଆଜିର ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ତ୍ରୀରଙ୍ଗା ଉତ୍ସବ ବିଷୟରେ ସୂଚନା ଦେଇଛନ୍ତି। ଏହାକୁ ନେଇ ଦେଶ ବିଦେଶରେ ଉତ୍ସବ ପାଳନ କରାଯାଉଥିବା ସେ କହିଥିଲେ। ଏହି ଉତ୍ସବ ୨୦୨୩ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେ କହିଛନ୍ତି। ସେହିପରି ଦେଶରେ ଜଳ ସଂରକ୍ଷଣ ଏବଂ କୁପୋଷଣ ଦୁର କରିବା ଉପରେ ସେ ଜୋର ଦେଇଛନ୍ତି। ଏଥି ପାଇଁ ସାମାଜିକ ଜନଜାଗରଣ ଆବଶ୍ୟକ। ତେବେ ଭାରତ ସମଗ୍ର ବିଶ୍ୱରେ ଡାଲି ଜାତୀୟ ଶଷ୍ୟ ଉତ୍ପାଦନରେ ଶିର୍ଷରେ ଥିବା ସେ କହିଛନ୍ତି।

 

Get real time updates directly on you device, subscribe now.