fbpx
BJD SKY
BJD SKY

ଛାତ୍ରମାନଙ୍କୁ ଆଦେଶ: ଭାରତ ପାକିସ୍ତାନ ଖେଳ ଦେଖିଲେ ଦେବାକୁ ପଡିବ ୫୦୦୦ ଜୋରିମାନା

BJD

ଶ୍ରୀନଗର:ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ନେସନାଲ ଇଷ୍ଟିଚ୍ୟୁସନ ଅଫ୍ ଟେକ୍ନୋଲୋଜି(NIT)ର ଛାତ୍ରମାନଙ୍କୁ ଦଳ ବଦ୍ଧ ଭାବରେ ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ ମ୍ୟାଚ୍ ଦେଖିବାକୁ ବାରଣ କରାଯାଇଛି । ଏଥିସହିତ ମ୍ୟାଚ୍ ସମ୍ବନ୍ଧିୀୟ କୌଣସି କଥା ସୋସିାଲ ମିଡିଆରେ ପୋଷ୍ଟ ନ କରିବାକୁ ଆଦେଶ ଦିଆଯାଇଛି । ତେବେ ଛାତ୍ର କଲ୍ୟାଣ ବିଭାଗ ଦ୍ୱାରା ଜାରୀ କରାଯାଇଥିବା ନୋଟିସରେ ପ୍ରଶାସନ ଛାତ୍ରମାନଙ୍କୁ ମ୍ୟାଚ୍ ସମୟରେ ନିଜ କକ୍ଷରେ ରହିବାକୁ ଆଦେଶ ଦେଇଛନ୍ତି ।

ତେବେ ଡିନ୍ ଙ୍କ ଦ୍ୱାରା ଜାରୀ ନୋଟିସରେ କୁହାଯାଇଛି ଯେ ଛାତ୍ରମାନେ ଜାଣଛନ୍ତି ଯେ ଦୁବାଇର ଇଣ୍ଟରନେସନାଲ ଷ୍ଟାଡିୟମରେ ବିଭିନ୍ନ ଦେଶର କ୍ରିକେଟ ସିରିଜ ଚାଲିଛି । ତେଣୁ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏହି ମ୍ୟାଚକୁ ନେଇ କୌଣସି ପ୍ରକାରର ଅନୈତିକତା ସୃଷ୍ଟି କରିବେ ନାହିଁ। ଯଦି କୌଣସି ଛାତ୍ର ଏହି ସବୁ ନିୟମକୁ ଉଲଙ୍ଘନ କରନ୍ତି ତେବେ ତାଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବା ସହ ହଷ୍ଟେଲରୁ ମଧ୍ୟ ବହିଷ୍କାର କରାଯିବ ।

ଅନ୍ୟପକ୍ଷେ ମ୍ୟାଚ୍ ସମ୍ବନ୍ଧୀୟ କୌଣସି ପ୍ରକାରର ପୋଷ୍ଟ ସୋସିଆଲ ମିଡିଆରେ ସେୟାର ନ କରିବାକୁ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏତତ୍ ବ୍ୟତୀତ ମ୍ୟାଚ ସମୟରେ କିମ୍ବା ମ୍ୟାଚ ପରେ କୌଣସି ଛାତ୍ର ନିଜ କକ୍ଷରୁ ବାହାରକୁ ବାହାରିବେ ନାହିଁ । ତେବେ ୨୦୧୬ରେ ହୋଇଥିବା ୱାର୍ଲ୍ଡ କପ୍ ଟି-୨୦ ମ୍ୟାଚ୍ ସମୟରେ ଭାରତ ୱେଷ୍ଟଣ୍ଡିଜ ନିକଟରୁ ପରାସ୍ତ ପରେ ବାହାର ଏବଂ ସ୍ଥାନୀୟ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ NITକୁ ବହୁଦିନ ଧରି ବନ୍ଦ କରାଯାଇଥିଲା ।

Get real time updates directly on you device, subscribe now.