fbpx

IMD ଜାରି କଲା ସତର୍କ ସୂଚନା: ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ୧୫ଟି ରାଜ୍ୟରେ ଦେଖିବାକୁ ମିଳିବ ବର୍ଷାର ପ୍ରକୋପ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି । ତେବେ ବର୍ଷାକୁ ନେଇ ଭାରତୀୟ ପାରିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ କରାଯାଇଛି । । ଆଇଏମଡି ପକ୍ଷରୁ ଅରୁଣାଚଳ ପ୍ରଦେଶ, ଆସାମ ସମେତ କିଛି ରାଜ୍ୟ ପାଇଁ ସତର୍କତା ସୂଚନା ଜାରି କରାଯାଇଛି ।

ଆଇଏମଡି ମୁତାବକ, ଆସନ୍ତା ୫ ଦିନ ମଧ୍ୟରେ ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ପରି ରାଜ୍ୟମାନଙ୍କରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧-୪ ସେପ୍ଟେମ୍ବର ମଧ୍ୟରେ ଅରୁଣାଚଳ ପ୍ରଦେଶରେ, ୨-୪ ସେପ୍ଟେମ୍ବରରେ ଆସାମ ଓ ମେଘାଳୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ମଧ୍ୟରେ ବିହାର, ପଶ୍ଚିମ ବଙ୍ଗ, ସିକିମରେ କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ଉପ ହିମାଳୟୀ ପଶ୍ଚିମବଙ୍ଗ ଓ ସିକିମରେ ଭାରି ବର୍ଷା ହୋଇପାରେ । ଅଗଷ୍ଟ ୩୦ରେ ତେଲେଙ୍ଗାନାରେ ଭାରି ବର୍ଷା ହୋଇପାରେ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨ ମଧ୍ୟରେ ଲକ୍ଷାଦ୍ୱୀପ, କର୍ଣ୍ଣାଟକ, ସେପ୍ଟେମ୍ବର ୧ ଓ ୨ରେ ତାମିଲନାଡ଼ୁ, ଦକ୍ଷିଣ କର୍ଣ୍ଣାଟକ, କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Get real time updates directly on you device, subscribe now.