fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ବଡ ଉପହାର: ପାକିସ୍ତାନକୁ ଚକମା ଦେବା ପରେ ହାସଲ କଲେ ଏମିତି କାରନାମା

ନୂଆଦିଲ୍ଲୀ: ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ପ୍ରଥମେ ବଲ ଏବଂ ପରେ ବ୍ୟାଟରେ ଜବରଦସ୍ତ ଆଟାକ କରିଥିଲେ ହାର୍ଦ୍ଦିକ । ଏହି ପରଫୋରମାନ୍ସ ପାଇଁ ତାଙ୍କୁ ଆଇସିସି ଦେଇଛି ଏକ ବଡ ଉପହାର । ଟି-୨୦ ରାଙ୍କିଙ୍ଗରେ ଏକ ଦମଦାର ପରିବର୍ତ୍ତନ ଆଣିଛି ପାଣ୍ଡ୍ୟାଙ୍କ ଏହି ଅଲରାଉଣ୍ଡ ପ୍ରଦର୍ଶନ । ୮ଟି ସ୍ଥାନ ଡେଇଁ ୫ ନମ୍ବରରେ ପହଞ୍ଚି ଯାଇଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ପାକିସ୍ତାନ ବିପକ୍ଷରେ ଗୋଟିଏ ମ୍ୟାଚ ଆଜି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗ୍ୟ ପରିବର୍ତ୍ତନ କରି ଦେଇଛି । ଆଇସିସି ଟି-୨୦ ରାଙ୍କିଙ୍ଗରେ ୫ ନମ୍ବରକୁ ପହଞ୍ଚିଛନ୍ତି ପାଣ୍ଡ୍ୟା । ତେବେ ପାଣ୍ଡ୍ୟାଙ୍କର ଏହା ହେଉଛି ସର୍ବୋତ୍ତମ ରାଙ୍କିଙ୍ଗ ପୋଜିସନ । ତେବେ ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ନବୀ । ଦ୍ୱିତୀୟ ସ୍ଥାନରେ ବାଂଲାଦେଶର ଅଧିନାୟକ ଶାକିବ-ଅଲ-ହୁସେନ ତିବା ବେଳେ ତୃତୀୟ ସ୍ତାନ ହାସଲ କରିଛନ୍ତି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ । ତେବେ ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଏବଂ ପଞ୍ଚମରେ ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚିଛନ୍ତି ।

ଆଇସିସିର ବ୍ୟାଟ୍ସମ୍ୟାନ ତାଲିକାରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନ କବଜା କରିଛନ୍ତି । ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ପାକିସ୍ତାନୀ ଅଧିନାୟକ ବାବର ଆଜମ ରହିଛନ୍ତି । ତେବେ ତାଲିକାରେ ଅନ୍ୟ ଭାରତୀୟ ଖେଳାଳି ଭାବେ ୧୫ତମ ସ୍ଥାନରେ ଇଶାନ କିଶାନ, ୧୭ତମ ସ୍ଥାନରେ ଅଧିନାୟକ ରୋହିତ ଶର୍ମା ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.