ପବନରୁ ବାହାରିବ ପିଇବା ପାଣି: ଏହିଠାରେ ଲାଗିବ ପ୍ରଥମ ମେସିନ୍

ନୂଆଦିଲ୍ଲୀ: ମନୁଷ୍ୟକୁ ଜୀବିତ ରହିବା ପାଇଁ ପ୍ରାକୃତିକ ଉପାଦାନର ଆବଶ୍ୟକତା ହୋଇଥାଏ । ଯେଉଁଥିରେ ବାୟୁ ଏବଂ ପାଣି ସବୁଠୁ ଜରୁରୀ । କିନ୍ତୁ ଏହାପରେ ବି ପ୍ରତିଦିନ ଅନେକ ଲୋକ ପାଣି ବରବାଦ କରୁଛନ୍ତି । ପିଇବା ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଅନେକ ସମୟରେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରାଯାଉଛିି ।

ତେବେ ବର୍ତ୍ତମାନ ପାଣି ସମସ୍ୟାକୁ ଧ୍ୟାନରେ ରଖି ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଏବଂ ସେଣ୍ଟ୍ରାଲ ରେଲୱେର ୫ ରେଲୱେ ଷ୍ଟେସନରେ ନୂତନ ଜ୍ଞାନକୌଶଳ ଦ୍ୱାରା ପିଇବା ପାଣି ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତି କରାଯାଉଛି । ଏହି ଟେକନିକ୍ ରେ ବାୟୁ ସାହାଯ୍ୟରେ ପାଣି ଉତ୍ପନ୍ନ କରିହେବ ।

ଖୁବଶୀଘ୍ର ଏହି ମେସିନକୁ ମୁମ୍ବାଇର ସେଣ୍ଟ୍ରାଲ ରେଲୱେ ଷ୍ଟେସନ ମାନଙ୍କରେ ଲଗାଯିବ । ଏହି ଯନ୍ତ୍ରର ନାମ ରହିଛି ମେଘଦୂତ । ମେଘଦୂତ ଏକ ଏଭଳି ଯନ୍ତ୍ର ଯାହା ଘନୀକରଣର ଉପଯୋଗ କରି ପରିବେଶରେ ଥିବା ବାୟୁରୁ ପାଣି ବାହାର କରିଥାଏ । ଏହି ଯନ୍ତ୍ରକୁ ଏଡବ୍ଲୁ ଜି ମଧ୍ୟ କୁହାଯାଏ । ଏହି ଯନ୍ତ୍ର ଚାଲୁ ହେବାର କିଛି କ୍ଷଣ ମଧ୍ୟରେ ପାଣି ବାହାରିବା ଆରମ୍ଭ ହୋଇଥାଏ ଏବଂ ଏଥିରୁ ଗୋଟିଏ ଦିନରେ ୧୦୦୦ ଲିଟର ପାଣିର ଉତ୍ପାଦନ ହୋଇଥାଏ ।