fbpx

ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…

ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି କମ୍ପାନୀମାନେ ପବ୍ଲିକ୍ କ୍ଲାଉଡ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାମ କରିଥାନ୍ତି ।

ଚିପ୍ ଡିଜାଇନ କମ୍ପାନୀ ଏନଭିଡିଆ କର୍ପୋରେସନ ବୁଧବାର କହିଛି ଯେ ଆମେରିକା ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ ଚୀନକୁ ଦୁଇ ଟପ୍ କମ୍ପ୍ୟୁଟିଙ୍ଗ ଚିପ୍ସର ରପ୍ତାନୀ ବନ୍ଦ କରାଯାଇଛି । ଏହି ଚିପ୍ସର ବ୍ୟବହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ଜଡ଼ିତ । ଏହା ବ୍ୟତୀତ ଆଡଭାନ୍ସ ମାଇକ୍ରୋ ଡିଭାଇସ କମ୍ପାନୀ କହିଛି ଯେ ତାକୁ ନିୟମ ଅନୂଯାୟୀ

ସେପଟେ ଆମେରିକା ପ୍ରଶାସନର ନିଷ୍ପତ୍ତି ପରେ ଚୀନ କଡ଼ା ଆପତ୍ତି ଜାହିର କରିଛି । ଚୀନ ବାଣିଜ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ଏମିତି କରିବା ଚୀନ କମ୍ପାନୀଙ୍କ ଅଧିକାରକୁ ଗୁରୁତ୍ୱ ନଦେବା । ଏହାଦ୍ୱାରା ବିଶ୍ୱ ବଜାରରେ ଉପରେ ପ୍ରଭାବ ପଡ଼ିବ ।

ସୂଚନାଯୋଗ୍ୟ, ଗତ କିଛି ବର୍ଷରେ ଆମେରିକା ଏବଂ ଚୀନ ମଧ୍ୟରେ ଜ୍ଞାନକୌଶଳ, ବାଣିଜ୍ୟ ଠାରୁ ଆରମ୍ଭ କରି ରାଜନୀତିକ କ୍ଷେତ୍ର ତିକ୍ତତା ଦେଖିବାକୁ ମିଳିଛି । ଗତ ମାସରେ ଆମେରିକା ସଂସଦ ସ୍ପିକର ନେନ୍ସୀ ପେଲୋସୀ ତାଇବାନ ଗସ୍ତ କରିଥିଲେ ଏବଂ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଗମ୍ଭୀର ସ୍ଥିତି ଉତ୍ପନ୍ନ ହୋଇଥିଲା । ଏମିତିକି ଚୀନ୍ ବଡ଼ ଆକାରରେ ତାଇବାନ ସମୁଦ୍ର ସୀମାରେ ସୈନିକଙ୍କ ନିୟୋଜିତ କରିଥିଲା ।

Get real time updates directly on you device, subscribe now.