fbpx

ମାଡ଼ି ଆସୁଛି ଆଉ ଏକ ବାତ୍ୟା ‘ହିନ୍ନାମନୋର’: ୫୦ ଫୁଟ ଉଚ୍ଚକୁ ଉଠିବ ସମୁଦ୍ର ଜୁଆର!

ନୂଆଦିଲ୍ଲୀ: ଦ୍ରୁତ ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଆଉ ଏକ ବାତ୍ୟା । ଚଳିତବର୍ଷର ସବୁଠାରୁ ବଡ଼ ବାତ୍ୟା ଏବେ ମଣିଷ ସମାଜ ଆଡକୁ ମୁହାଁଇଛି । ପୂର୍ବ ଚାଇନା ସମୁଦ୍ର ଦେଇ ଏହା ସ୍ଥଳଭାଗକୁ ଗତି କରୁଥିବା ଦେଖାଯାଇଛି । ଏବେ ଏହି ବାତ୍ୟା ଜାପାନର ଦକ୍ଷିଣ-ପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ସୃଷ୍ଟି କରିଛି ଏକ ବିପଦ ।

ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ଅନେକ ମାତ୍ରାରେ ରହିଛି । ଏହି ସୁପର ଟାଇଫୁନ ‘ହିନ୍ନାମନୋର’ ଏବେ ସମୁଦ୍ରରେ ନିଜ ତାଣ୍ଡବ ଲୀଳା ଚଳାଇଛି । ଏହା ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୨୫୭ କି.ମି ବା ୧୬୦ ମାଇଲ ବେଗରେ ପବନ ବହିବାରେ ଲାଗିଛି । ଏହାର ଝଟକା ଘଣ୍ଟା ପ୍ରତି ୧୯୫ ମାଇଲ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ‘ହିନ୍ନାମନୋର’ ପ୍ରଭାବରେ ସମୁଦ୍ରର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠିପାରେ । ଏହି ସୁପର ଟାଇଫୁନ ପ୍ରଭାବରେ ବହୁଥିବା ପବନକୁ ଦେଖି ଏବେଠୁ ଭୟାବହ ସ୍ଥିତି ସୃଷ୍ଟି ହୋଇଛି । ଜାପାନ ମେଟ୍ରୋଲଜିକାଲ ଏଜେନ୍ସି ଏହାକୁ ୨୦୨୨ର ସବୁଠାରୁ ବଡ଼ ବାତ୍ୟା ବୋଲି ଆଖ୍ୟା ଦେଇସାରିଲାଣିି । ଏଭଳି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ଼ ହେଲେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.