fbpx

ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପଦ! ବନ୍ୟା ପରେ ବିଗିଡିବାରେ ଲାଗିଛି ପାକିସ୍ତାନର ସ୍ଥିତି

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ପାକିସ୍ତାନ ପାଇଁ ବଡ ବିପଦ ପାଲଟିଛି ବନ୍ୟା । ସିନ୍ଧ୍, ବେଲୁଚିସ୍ତାନ ଇତ୍ୟାଦି ଅଞ୍ଚଳରେ ବନ୍ୟା ଯୋଗୁଁ ଆରମ୍ଭ ହୋଇଛି ମହାମାରୀ । ଦେଶବ୍ୟାପୀ ସରକାରଙ୍କର ରିଲିଫ କ୍ୟାମ୍ପରେ ଡାଇରିଆ ଏବଂ ଚର୍ମଜନିତ ରୋଗ ଚକ୍ଷୁ ସଂକ୍ରମଣ ଆଦିରେ ପ୍ରଭାବିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୦ ହଜାରରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରୁ ଜଣାଯାଇଛି ।

ତେବେ ଏଭଳି ପରିସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛି ପାକିସ୍ତାନ । ଅଚାନକ ଆସିଥିବା ଏହି ବନ୍ୟାରେ ୧୧୯୧ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ ୩.୩ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଏହାବ୍ୟତୀତ ପ୍ରାୟ ୧୦ ଲକ୍ଷ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାଫଳରେ ପାକିସ୍ତାନରେ ଏବେ ଆର୍ଥିକ ସଂକଟ ମଧ୍ୟ ଦେଖାଦେଇଛି । ଦେଶର ବିଭିନ୍ନ ଅଞ୍ଚଳରୁ ବନ୍ୟାଜଳ କମ ହେଉଥିବା ବେଳେ ସିନ୍ଧର ଦକ୍ଷିଣ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି । ତେବେ ୫ ଲକ୍ଷରୁ ଅଧିକ ବନ୍ୟା ବିସ୍ଥାପିତ ଲୋକ ଏବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି ।

ଆହତ ଲୋକମାନଙ୍କ ଚିକିତ୍ସା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଡାଇରିଆ, ହଇଜା ଏବଂ ଅନ୍ୟ ସଂକ୍ରାମକ ରୋଗ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନଜର ରଖିଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଉପକରଣ ଯୋଗାଇ ଦେଉଛି । ସେହିଭଳି ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ସେମାନଭ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ ।

Get real time updates directly on you device, subscribe now.