fbpx

ବଦଳିବ ବୋଲଗଡ଼ ରୋଡ଼ ରେଳ ଷ୍ଟେସନର ନାମ, ଏହି ନାମରେ ହେବ ନୂଆ ପରିଚୟ

ଖୋର୍ଦ୍ଧା: ଖୁବଶୀଘ୍ର ବଦଳିବ ବୋଲଗଡ ରେଲୱେ ଷ୍ଟେସନର ନାଁ । ଏଣିକି ଷ୍ଟେସନରେ ହୋଟି ହେବାକୁ ଯାଉଛି ମାଣିକଗୋଡା ଗାଁ ର ନାଁ । ଦୀର୍ଘ ଦିନରୁ ହେଉଥିବା ଏହି ଦାବିକୁ ଆଜି ଅନୁମତି ମିଳିଛି । ଗ୍ରାମବାସୀମାନଙ୍କ ଦାବି ଏବଂ ଅନୁରୋଧ ପରେ ଏହି ଷ୍ଟେସନର ନାମ ପରିବର୍ତ୍ତନ କରିବା ପାଇଁ ମଞ୍ଜୁରୀ ମିଳିବା ନେଇ ଖୁବ ଆଶା ରହିଛି ।

ସୂଚନା ଅନୁସାରେ, ବଲାଙ୍ଗୀର ରେଳପଥର ମାଣିକଗୋଡାଠାରେ ଲୋକଙ୍କ ଯାତାୟତ ନିମନ୍ତେ ଏକ ରେଲୱେ ଷ୍ଟେସନ କରାଯାଇଥିଲା । ଯାହା ବୋଲଗଡ଼ ରୋଡ଼ ରେଲୱେ ଷ୍ଟେସନ ନାମରେ ପରିଚିତ । କିନ୍ତୁ ଏହି ଷ୍ଟେସନଟି ମାଣିକଗୋଡା ଗ୍ରାମରେ ହୋଇଥିବାରୁ ଗ୍ରାମବାସୀ ଷ୍ଟେସନର ନାମ ପରିବର୍ତ୍ତନ କରିବା ପାଇଁ ଦାବି କରିଆସୁଥିଲେ । ମାଣିକଗୋଡା ଗ୍ରାମଟି ହିନ୍ଦୁ ମୁସଲିମ ଭାଇଚାରାର ଗ୍ରାମ ଭାବରେ ବେଶ ପରିଚିତ । ଏହାପରେ ଗ୍ରାମର ନାଁରେ ଏକ ଷ୍ଟେସନ ରହିଲେ ଗାଁକୁ ଆହୁରି ପରିଚୟ ମିଳିପାରିବ । ତେଣୁ ଷ୍ଟେସନର ନାମ ପରିବର୍ତ୍ତନ କରିବା ପାଇଁ ଗ୍ରାମବାସୀମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜରିଆରେ ରେଲୱେ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ତେବେ ମାଣିକଗୋଡ଼ା ଗ୍ରାମବାସୀଙ୍କର ଦୀର୍ଘଦିନର ଏହି ଦାବି ଏବେ ପୁରଣ ହୋଇଛି । ରେଳ ମନ୍ତ୍ରାଳୟ ଏହି ଚିଠିକୁ ଗୃହ ମନ୍ତ୍ରଣାଳୟକୁ ପଠାଇଛି । ତେଣୁ ଖୁବଶୀଘ୍ର ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅନୁମତି ମିଳିଯିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ନେଇ ଅଞ୍ଚଳବାସୀ ଖୁସି ଆଉ ଉତ୍ସାହିତ ଅଛନ୍ତି । ମାନ୍ୟବର ରେଳମନ୍ତ୍ରୀ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମାଣିକଗୋଡା ଅଞ୍ଚଳବାସୀ ।

Get real time updates directly on you device, subscribe now.