ନୂଆଦିଲ୍ଲୀ: ବଢ଼ୁଥିବା ଛାଡ଼ପତ୍ର ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେରଳ ହାଇକୋର୍ଟ । ଆଜିକାଲି ବୈବାହିକ ସମ୍ପର୍କ ରଖିବା ଓ ପରେ ଛାଡ଼ିଦେବାର ପ୍ରଥାରେ ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି କୋର୍ଟ କହିଛନ୍ତି ।
କୋର୍ଟ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କର ବୃଦ୍ଧି ଏବଂ ଛାଡପତ୍ର ପାଇଁ ପସନ୍ଦ କରୁଥିବା ଧାରା ଏହାର ଏକ ସ୍ପଷ୍ଟ ପ୍ରମାଣ । ଯୁବ ପିଢ଼ି ବିବାହକୁ ଏକ ଖରାପ ପରମ୍ପରା ୋବଲି ଭାବୁଛନ୍ତି । ଛାଡପତ୍ର ଆବେଦନ ଶୁଣାଣି ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।
ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ଓ ଜଷ୍ଟିସ୍ ସୋଫି ଥୋମାସଙ୍କ ଖଣ୍ଡପୀଠ ‘ୟୁଜ୍ ଆଣ୍ଡ ଥ୍ରୋ’ ଚିନ୍ତାପ୍ରକଟ କରିଛନ୍ତି । ଦିନକୁ ଦିନ ଲିଭ୍-ଇନ୍ ରିଲେସନସିପ ସଂସ୍କୃତି ବଢ଼ିବାରେ ଲାଗିଛି । ଏହା ଫଳରେ ସେମାନେ ଅଲଗା ହେବା ସମୟରେ ସହଜରେ ପରସ୍ପରକୁ ବିଦାୟ ଦେଇପାରିବେ ବୋଲି ଭାବି ଏହି ଖରାପ ପରମ୍ପରା ବଢ଼ିବାରେ ଲାଗିଛି । ବିବାହ କଲେ ପତ୍ନୀର ଅର୍ଥ ଅନ୍ୟ ଏକ ଚିନ୍ତା ବୋଲି ସେମାନେ ଭାବୁଛନ୍ତି । ଏହିପାଇଁ ‘ୟୁଜ୍ ଆଣ୍ଡ ଥ୍ରୋ’ ସଂସ୍କୃତି ବଢ଼ୁଛି, ଯାହା ବୈବାହିକ ଜୀବନକୁ ପ୍ରଭାବ ପକାଉଛି ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି ।
ପୂର୍ବରୁ ପରିବାରରେ ସ୍ନେହ ଓ ପ୍ରେମ ରହି ଆସୁଥିଲା । ଏବେ କିନ୍ତୁ ଏହି ଧାରା ବଦଳି ଯାଇଛି । ଏବେର ପ୍ରବୃତ୍ତ୍ ସ୍ୱାର୍ଥପର, ଅନୈତିକ ସମ୍ପର୍କ, ଛାଡ଼ପତ୍ର ଆଦି ମାମଲାକୁ ବଢ଼ାଉଛି । ଏପରିକି ପିଲାମାନଙ୍କ ଭବିଷ୍ୟତକୁ ନଦେଖି ପିତା-ମାତା ଛାଡପତ୍ର ନେଉଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାରେ କୋର୍ଟ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ାକୁ ଛାଡ଼ପତ୍ରର ବୈଧ କରାଯାଇପାରିବନି ।
ଜଣେ ମହିଳାଙ୍କ ସହ ସମ୍ପର୍କ ରହି ବିବାହର ୯ ବର୍ଷ ପରେ ନିଜ ପତ୍ନୀ ଓ ୩ ଝିଅଙ୍କୁ ଛାଡ଼ିଦେବାକୁ ବ୍ୟକ୍ତି କରିଥିବା ଛାଡ଼ପତ୍ର ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି କି, ‘ଲିଭ-ଇନ୍ ରିଲେସନସିପ୍ ବଢ଼ିବାରେ ଲାଗିଛି ।’