fbpx

ଘରୋଇ ସ୍କୁଲ ଶିକ୍ଷକଙ୍କୁ ମିଳିବ Gratuity, ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ସ୍କୁଲ ଶିକ୍ଷକଙ୍କ ପାଇଁ ଏକ ଖୁସି ଖବର । ଘରୋଇ ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ସମ୍ପୃକ୍ତ ସ୍କୁଲର ପରିଚାଳନା ମଣ୍ଡଳୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୧୯୯୭ ମସିହା ପରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଅବସର ଗ୍ରହଣ କରିଥିବେ, ସେମାନଙ୍କୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଗ୍ରାଚ୍ୟୁଇଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

ଘରୋଇ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ ପ୍ରସଙ୍ଗକୁ ବିରୋଧ କରି ପୂର୍ବରୁ ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହ ୧୯୯୭ ପରେ ଅବସର ନେଇଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ସୁପ୍ରିମକୋର୍ଟ ରାୟରେ କହିଛନ୍ତି, ଗ୍ରାଚ୍ୟୁଇଟି ଅର୍ଥ ପାଇବା ଘରୋଇ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅଧିକାର । ଏ କ୍ଷେତ୍ରରେ ଅର୍ଥ ନଥିବା କାରଣ ଦର୍ଶାଇ ଗ୍ରାଚ୍ୟୁଇଟି ଦେବାକୁ ମନା କରି ପାରିବେ ନାହିଁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ । ଆଇନକୁ ସମସ୍ତ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମାନିବାକୁ ପଡ଼ିବ । ଆସନ୍ତା ୬ ସପ୍ତାହ ମଧ୍ୟରେ ଯୋଗ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଗ୍ରାଚ୍ୟୁଟି ପ୍ରଦାନ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.