fbpx

ଆଜିଠୁ ସ୍ପେଶାଲ OJEE

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସ୍ପେଶାଲ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା ହେବ । ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ୪ଟି ଶିଫ୍ଟରେ ଆୟୋଜନ କରାଯିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ, ଯାହାକି ସନ୍ଧ୍ୟା ୫ ଟାରେ ସରିବ ।

ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ ପରୀକ୍ଷାର୍ଥୀ ଦେବେ। ଏହି ପରୀକ୍ଷା ଓଡ଼ିଶାର ୨୮ଟି ସହରରେ ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ। କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ। ଆଡମିଟ୍ କାର୍ଡଗୁଡ଼ିକର ଡାଉନଲୋଡ୍ ଆଜି କରିପାରିବେ ପରୀକ୍ଷାର୍ଥୀ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୩ରେ ଏମବିଏ ପରୀକ୍ଷା ପାଇଁ ସକାଳ ୯ରୁ ୧୦, ୧୧.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଏଲଇ-ଟେକ-ଡିପ୍ଲୋମା ପାଇଁ ଅପରାହ୍ଣ ୨ରୁ ୩ଟା, ୪.୩୦ରୁ ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୪ ତାରିଖରେ ବି.ଟେକ ପରୀକ୍ଷା ସକାଳ ୯ରୁ ୧୦, ୧୧.୩୦ରୁ ୧୨ଟା, ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ।

ସେହିପରି ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ଫାର୍ମ, ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ.ଟେକର ସମସ୍ତ ବିଷୟର ପରୀକ୍ଷା ହେବ । ଏମ.ଆର୍କିଟେକ ସହିତ ଏମ.ଫାର୍ମ ପରୀକ୍ଷା ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ ଚେୟାରମ୍ୟାନ ସୂଚନା ଦେଇଛନ୍ତି । ପରୀକ୍ଷା ସୂଚୀର ସମସ୍ତ ତଥ୍ୟ ପାଇଁ ଛାତ୍ରଛାତ୍ରୀମାନେ ଓଜେଇର ୱେବସାଇଟ www.ojee.nic.in / www.odishajee.com କୁ ଯାଇ ଦେଖିପାରିବେ ।

Get real time updates directly on you device, subscribe now.