fbpx

ଭଗବାନ ଗଣେଶଙ୍କ ଆଧାରକାର୍ଡ! ଦେଖିବାକୁ ଲାଗୁଛି ଲୋକଙ୍କ ଭିଡ଼

ନୂଆଦିଲ୍ଲୀ: ଧରାପୃଷ୍ଠରେ ଓହ୍ଲାଇଆସିଛନ୍ତି ବିଘ୍ନରାଜ ଶ୍ରୀ ଗଣେଶ । ପ୍ରଭୁଙ୍କ ଆଗମନକୁ ଖୁବ୍ ଧୁମଧାମର ସହ ପାଳନ କରାଯାଉଛି । ଅନେକ ସ୍ଥାନରେ ପ୍ରଭୁଙ୍କୁ ଭିନ୍ନ ଭିନ୍ନ ଆକର୍ଷଣୀୟ ପେଣ୍ଡାଲରେ ପୂଜା କରାଯାଉଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି ।

କିନ୍ତୁ ଏହାରି ମଧ୍ୟରେ ଭଗବାନଙ୍କ ଗଣେଶଙ୍କ ଏକ ଅଦ୍ଭୁତ ପେଣ୍ଡାଲକୁ ନେଇ ଚର୍ଚ୍ଚା ହେଉଛି । ଝାଡ଼ଖଣ୍ଡରେ ଗଣେଣ ଭଗବାନଙ୍କ ମଧ୍ୟ ଆଧାର କାର୍ଡ ତିଆରି କରାଯାଇଛି । ତାଙ୍କର ଆଧାର କାର୍ଡର କ୍ୟୁଆର କୋଡ୍ ସ୍କାନ କରିବା ପରେ ଭଗବାନଙ୍କ ଦର୍ଶନ କରିହେଉଛି । ଯାହାକୁ ନେଇ ଭକ୍ତମାନେ ଆଶ୍ଚର୍ଯ୍ୟ । ଭଗବାନ ଗଣେଶଙ୍କ ସହ ସେଲ୍ଫି ନେଉଛନ୍ତି ଭକ୍ତ ।

ଜମଶେଦପୁର ସାକଚୀ ବଜାରରେ ଗଣେଶ ପୂଜା ବଡ଼ ଧୁମ-ଧାମରେ ପାଳନ କରାଯାଏ । ତେବେ ଏଥର ଗଣେଶଙ୍କ ଆଧାର କାର୍ଡ ଥିବାର ମଣ୍ଡପ ତିଆରି କରାଯାଇଛି । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ଆଧାରକାର୍ଡରେ ଭଗବାନ ଗଣେଶଙ୍କ ଫଟୋ ରହିଛି । ତାଙ୍କର ଆଧାର କାର୍ଡ ନମ୍ବର ମଧ୍ୟ ରହିଛି । ଏଥିରେ ଭଗବାନଙ୍କ ଠିକଣା ମଧ୍ୟରେ ରହିଛି । ଶ୍ରୀଗଣେଶ, ମହାଦେବଙ୍କ ପୁତ୍ର, କୌଳାଶ ପର୍ବତ, ଟପ୍ ଫ୍ଲୋର, ମାନସରୋବର ନିକଟରେ, କୈଳାଶ, ପିନକୋଡ୍-୦୦୦୦୦୧ । ତାଙ୍କର ଜନ୍ମ ତାରିଖ ୧ ଜାନୁଆରୀ ରହିଛି ।

 

Get real time updates directly on you device, subscribe now.