fbpx

ବାଇକ୍ ଚାଳକ ସାବଧାନ! ୧୦୦୦ ଲୋକଙ୍କ ଲାଇସେନ୍ସ କ୍ୟାନ୍ସଲ, କରନ୍ତୁନି ଏହି ଭୁଲ୍…

ନୂଆଦିଲ୍ଲୀ: ଯଦି ଆପଣ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଗୋଟିଏ ଭୁଲ୍ ଆପଣଙ୍କ ଲାଇସେନ୍ସ ରଦ୍ଧ ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ଜରିମାନା ଲାଗିପାରେ ।

ପ୍ରକୃତରେ ରାଜ୍ୟରେ ଦୁଇ ସପ୍ତାହରୁ ଏକ ବିଶେଷ ଅଭିଯାନ ଜାରି ରହିଛି । ଏହି ସମୟରେ ୧୨ ହଜାର ରୁ ଅଧିକ ଡ୍ରାଇଭିଙ୍ଗ୍ ଲାଇସେନ୍ସ ରଦ୍ଧ କରାଯାଇଛି ଏବଂ ୬୦ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଛି । ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ଅଧିକାରୀ ୧୬ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଏବଂ ରାଜ୍ୟ ରାଜପଥରେ ବିନା ହେଲମେଟ ଚାଳକଙ୍କୁ ୨୪,୪୭୪ ଇ-ଚାଲାଣ ଜାରି କରିଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ ବିନା ଲାଇସେନ୍ସ ଡ୍ରାଇଭିଙ୍ଗ୍ କରିବାକୁ ନେଇ ସମୁଦାୟ ୮୮୮ ବାହନକୁ ଜବତ କରାଯାଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ବିନା ହେଲମେଟ୍ ଗାଡ଼ି ଚଳାଇବା ଦ୍ୱାରା ରାଜ୍ୟରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଗତ ବର୍ଷ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୩୦୮ ଚାଳକ ଏବଂ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ୍ ପିନ୍ଧିନଥିଲେ । ଏସଟିଏ ଏକ ବୟାନରେ କହିଥିଲେ । ଏସଟିଏର ପ୍ରବର୍ତ୍ତନ ଟିମ୍ ଜରିମାନା ଭାବରେ ୬୩.୯୮ ଲକ୍ଷ ଆଦାୟ କରିଥିଲେ ଏବଂ ବିନା ହେଲମେଟରେ ଦୁଇଚକିଆ ଯାନ ଚଳାଇବା ପାଇଁ ୧୨,୫୪୫ ଲାଇସେନ୍ସ ରଦ୍ଧ କରିଛନ୍ତି ।

Get real time updates directly on you device, subscribe now.